Home ଦେଶ ବିଦେଶ ଦିଲ୍ଲୀରେ ମହାନଦୀ ତାତି, ମହାନଦୀ ପ୍ରସଙ୍ଗରେ ସଂସଦ ପରିସରରେ ଧାରଣ ଦେଲେ ବିଜେଡି ସାଂସଦ

ଦିଲ୍ଲୀରେ ମହାନଦୀ ତାତି, ମହାନଦୀ ପ୍ରସଙ୍ଗରେ ସଂସଦ ପରିସରରେ ଧାରଣ ଦେଲେ ବିଜେଡି ସାଂସଦ

0

ନୂଆଦିଲ୍ଲୀ: ମହାନଦୀ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ ଦାବିରେ ଆଜି ସଂସଦ ପରିସରରେ ଥିବା ମହାତ୍ମାଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ସାଂସଦମାନେ ଧାରଣା ଦେଇଛନ୍ତି । ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯାଉଛି, କେନ୍ଦ୍ର ସରକାର ମହାନଦୀ ବିବାଦର ଅନ୍ତ ପାଇଁ ଟ୍ରିବୁନାଲ ଗଠନ କରନ୍ତୁ ବୋଲି ବିଜେଡି ସାଂସଦମାନେ ଦାବି କରିଛନ୍ତି । ଟ୍ରିବ୍ୟୁନାଲ ଗଠନ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ସଂସଦରେ ମହାନଦୀ ପ୍ରସଙ୍ଗରେ  ବିଜେଡି ସହ ତୃଣମୂଳ କଂଗ୍ରେସ ସ୍ୱର ମିଳାଇଛି । ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମହାନଦୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବରେ ନହେଲେ ବି ଅନ୍ୟ କୌଣସି ଫୋରମରେ ଆଲୋଚନାପାଇଁ ଦାବି କରିଥିଲେ । ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବଙ୍ଗୋପାଧ୍ୟାୟ ଏହାକୁ ସମର୍ଥନ କରିଥିଲେ । ତୃଣମୂଳ କଂଗ୍ରେସର ସାଂସଦମାନେ ଏହାକୁ ସମର୍ଥନ କରୁଥିବା ସୁଦୀପ ବଙ୍ଗୋପାଧ୍ୟାୟ କହିଛନ୍ତି । ସେହିପରି ରାଜ୍ୟସଭାରେ  ଦିଲ୍ଲୀପ ତିର୍କୀ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ ।  ରାଜ୍ୟସଭା ସାସଂଦ ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ଶୂନ୍ୟ କାଳରେ ଉଠାଇଥିଲେ । ଏହା  ଉପରେ ଆଲୋଚନା ପାଇଁ ସେ ଦାବି କରିଛନ୍ତି । ଏହା ଉପରେ ମୁଲତବୀ ପ୍ରସ୍ତାବ  ପାଇଁ ଅନୁମତି ଦେଇ ହେବନି ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପ୍ରକାଶ କରିଥିଲେ । ମହାନଦୀ ପ୍ରସଙ୍ଗରେ ସେ ଚର୍ଚ୍ଚା ପାଇଁ ସମୟ ନିଶ୍ଚୟ ଦେବେ ବୋଲି କହିଛନ୍ତି ।
ବିଜେଡି ରାଜ୍ୟସଭା ସଦସ୍ୟ  ପ୍ରତାପ ଦେବ କହିଛନ୍ତି,’’ମହାନଦୀ ବିବାଦ ନେଇ ସୁପ୍ରିମକୋର୍ଟରେ ନ୍ୟାୟିକ ଲଢ଼େଇ ଚାଲିଛି । ଆମେ ଏଠି ରାଜନୈତିକ ଲଢ଼େଇ ଲଢ଼ୁଛୁ । କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଛନ୍ତି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକ କରିଛନ୍ତି । ଏହାର ପ୍ରତିବାଦରେ ଆମେ ଧାରଣା ଦେଇଛୁ ।”
 
 
 
 

LEAVE A REPLY

Please enter your comment!
Please enter your name here