Home Uncategorized ଦିଲ୍ଲୀ ଏମ୍ସରେ ଚାଲିଛି ଯୋଡାମୁଣ୍ଡ ଶିଶୁଙ୍କ ଚିକିତ୍ସା, ଆଜି ହେବ ଏକାଧିକ ଟେଷ୍ଟ୍‌

ଦିଲ୍ଲୀ ଏମ୍ସରେ ଚାଲିଛି ଯୋଡାମୁଣ୍ଡ ଶିଶୁଙ୍କ ଚିକିତ୍ସା, ଆଜି ହେବ ଏକାଧିକ ଟେଷ୍ଟ୍‌

0

 ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚାଲିଛି କନ୍ଧମାଳ ଯୋଡା ମୁଣ୍ଡ ଶିଶୁ ହନି-ସିଂହଙ୍କ ଚିକିତ୍ସା । ଆଜି ଦୁଇ ଶିଶୁଙ୍କୁ  ନିସ୍ତେଜକ ଦିଆଯାଇ ଏମ୍‌ଆରଆଇ କରାଯାଇଛି । ଏହି ଦୁଇ ଶିଶୁଙ୍କର ରିବିସ୍ୱାନ, ଆଞ୍ଜିଓଗ୍ରାମ ଆଦି ଏକାଧିକ ପରୀକ୍ଷା ଆଜି ଗୋଟିଏ ଦିନରେ କରାଯିବ ବୋଲି ସୂଚନା ମିଳିଛି ।   ବିଭିନ୍ନ ବିଭାଗର ପ୍ରାୟ ୩୦ ଜଣ ଡାକ୍ତର ଉଭୟ ଶିଶୁଙ୍କ ପରୀକ୍ଷା କରୁଛନ୍ତି । ୮ ରୁ ୧୦ ଦିନ ମଧ୍ୟରେ ସମସ୍ତ ପରୀକ୍ଷାର ରିପୋର୍ଟ ମିଳିବା ପରେ ଅପରେସନ୍ ନେଇ ନିଷ୍ପତ୍ତି ନିଆଯିବ ବୋଲି ଡାକ୍ତର କହିଛନ୍ତି । ଇତିମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସରେ ଦୁଇ ଶିଶୁଙ୍କୁ ଭେଟିଛନ୍ତି । ଏମ୍ସରେ ଶିଶୁଙ୍କର କିଭଳି ଚିକିତ୍ସା ଚାଲିଛି ସେନେଇ ଆଲୋଚନା କରିଛନ୍ତି । ହନି-ସିଂହଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।
 

LEAVE A REPLY

Please enter your comment!
Please enter your name here