Home ଓଡିଶା ଦିଲ୍ଲୀ ଗଲେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ

ଦିଲ୍ଲୀ ଗଲେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ

ଭୁବନେଶ୍ୱର: ଅଧିକ ଚିକିତ୍ସା ପାଇଁ  ଆଜି  ଦିଲ୍ଲୀ ଏମ୍ସ ଗଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ । ଭୁବନେଶ୍ୱର ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଇଛନ୍ତି  ଯୋଡ଼ାମୁଣ୍ଡ ଶିଶୁ । ଦିଲ୍ଲୀ ଏମ୍ସରେ ହେବ ଯୋଡା ମୁଣ୍ଡ ଶିଶୁଙ୍କ ଚିକିତ୍ସା । ପରୀକ୍ଷାନିରୀକ୍ଷା ପରେ  ଶିଶୁ ଦୁହିଁଙ୍କର ଅସ୍ତ୍ରୋପଚାର ନେଇ ନିଷ୍ପତ୍ତି ନିଆଯିବ । ଶିଶୁ ଦୁହିଁଙ୍କ ସହ ସେମାନଙ୍କ ବାପା-ମା’ ଓ ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆସିଷ୍ଟାଣ୍ଟ ମ୍ୟାନେଜର ମଧ୍ୟ ଦିଲ୍ଲୀ ଯାଇଛନ୍ତି ।  ଏମାନଙ୍କ ଚିକିତ୍ସା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ୧ଲକ୍ଷ ଏବଂ ଜିଲ୍ଲା ରୋଗୀ କଲ୍ୟାଣ ସମିତି ପକ୍ଷରୁ ୨୫ ହଜାର ଟଙ୍କା ଯୋଗାଇ ଦିଆଯାଇଛି । ଇତିମଧ୍ୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ପିଲା ଦୁହିଁଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ‘ଭାରତରେ ଏଭଳି ଯୋଡାମୁଣ୍ଡ ଅସ୍ତ୍ରୋପଚାର ହୋଇନି, ରାଜ୍ୟ ସରକାର ସବୁପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ମୁଁ ମଧ୍ୟ ଦିଲ୍ଲୀ ଯାଇ ଶିଶୁଙ୍କ ଚିକିତ୍ସା କଥା ତଦାରଖ କରିବି ’ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।