Home ମନୋରଞ୍ଜନ ଦୀପିକାଙ୍କ ସ୍ଲୋ ମୋସନ ଡ୍ୟାନ୍ସକୁ ନେଇ ଚର୍ଚ୍ଚା !

ଦୀପିକାଙ୍କ ସ୍ଲୋ ମୋସନ ଡ୍ୟାନ୍ସକୁ ନେଇ ଚର୍ଚ୍ଚା !

0
ମୁମ୍ବାଇ ; ଅଭିନେତ୍ରୀ ଦୀପିକା ପାଦୁକୋନ୍ କେବଳ ଯେ ରିଲ୍ ଲାଇଫ୍ କୁ ନେଇ ଚର୍ଚ୍ଚାରେ ଥାନ୍ତି ତା ନୁହେଂ ବରଂ ରିଅଲ ଲାଇଫରେ ମଧ୍ୟ ତାଙ୍କର କିଛି ଅନ୍ଦାଜ ତାଙ୍କ ଫ୍ୟାନ୍ସ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ ।ନିକଟରେ ସେମିତି ଏକ ଫନି ଅନ୍ଦାଜର ଭିଡିଉ ପୋଷ୍ଟ କରି ଦୀପିକା ଏବେ ଚର୍ଚ୍ଚାରେ ଅଛନ୍ତି । ଦୀପିକା ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ଜିକ୍ୟୁ ଆୱାର୍ଡସର ଏକ ଅଂଶ ଥିଲା । ଏହାଏକ ସ୍ଲୋମୋସନର ଭିଡିଉ ହୋଇଥିବା ବେଳେ ଭିଡିଓରେ ଦୀପିକାଙ୍କୁ ଫନି ଲୁକରେ ଦେଖିବାକୁ ମିଳିଛି । କେବଳ ଭିଡିଓ ନୁହେଁ କରଣ ଜୋହରଙ୍କ ସହ ଉଠାଇଥିବା ଏକ ଫଟୋ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ନିକଟରେ ଦୀପିକା ଜିକ୍ୟୁ ମେନ ଅଫ ଦି ଇୟର ୨୦୧୮ ଆୱାର୍ଡସରେ ନଜର ଆସିଥିଲେ । ଏହି ଆୱାର୍ଡ ଫଙ୍କସନରେ ଦୀପିକାଙ୍କୁ ଜିକ୍ୟୁ କ୍ରିଏଟିଭ ପର୍ସନାଲିଟିର ଆୱାର୍ଡ ମଧ୍ୟ ଦିଆଯାଇଛି ।