Home ଦେଶ ବିଦେଶ ଦୁଇ ଜଣ ସହଯୋଗୀଙ୍କୁ ଗୁଳି କଲାପରେ ଯବାନଙ୍କ ଆତ୍ମହତ୍ୟା

ଦୁଇ ଜଣ ସହଯୋଗୀଙ୍କୁ ଗୁଳି କଲାପରେ ଯବାନଙ୍କ ଆତ୍ମହତ୍ୟା

0
( ଧର୍ମଶାଳା ) ଦୁଇ ଜଣ ସହଯୋଗୀଙ୍କୁ ଗୁଳି କଲାପରେ ଯବାନଙ୍କ ଆତ୍ମହତ୍ୟା । ଧର୍ମଶାଳାର ୧୮ ଶିଖ ରେଜିମେଂଟର ଜଣେ ଯବାନ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି  । ତାଙ୍କ ପାଖରେ ଥିବା ବନ୍ଧୁକରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ତେବେ ଘଟଣା ସଂମ୍ପର୍କରେ ସବିଶେଷ ତଥ୍ୟ ଜଣା ପଡିନାହିଁ । ସମସ୍ତ ମୃତକ ପଞ୍ଜବାର ଅଧିବାସି ହୋଇଥିବା ବେଳେ ବଞ୍ଜାବର ଅଧିବାସି ହୋଇଥିବା ବେଳେ ଏମାନେ ୧୮ ଶିଖ ରେଜିମେଂଟରେ ନିୟୋଜିତ ହୋଇଥିଲେ । ରାତି ୨ ଟାରୁ ୩ ଟା ମଧ୍ୟରେ ସିପାହି ଯଶବୀର ସିଂହ ବ୍ୟାରେଜ ମଧ୍ୟରେ ପ୍ରବେଶ କରିଥିଲେ । ତେବେ ଏହି ସମୟରେ ହାବିଲଦାର ହରଦୀପ ସିଂ ଓ ନାୟକ ହରପାଲ ସିଂହଙ୍କୁ ନିଜ ପାଖରେ ଥିବା ଇନ୍ସାସ ରାଇଫଲରୁ ହଠାତ୍ ଗୁଳିମାଡ କରିଥିଲେ । ଏହାପରେ ସେ ନିଜ ଉପରକୁ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ୩ ଜଣକର ମୃତ୍ୟୁ ଘଟିଥିଲା ।