Home ଦେଶ ବିଦେଶ ଦୂରରୁ ଲାଗୁଥିଲା ସାପ, ହେଲେ ପରେ ଜଣାପଡ଼ିଲା…

ଦୂରରୁ ଲାଗୁଥିଲା ସାପ, ହେଲେ ପରେ ଜଣାପଡ଼ିଲା…


ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଜୀବର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ହଠାତ୍‌ ଦେଖିଲା ପରେ ଲୋକଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଛି। ଦୂରରୁ ଏହି ଜୀବଟି ସାପ ଭଳି ଦେଖାଯାଉଥିଲେ ହେଁ ପରେ ଜଣାପଡ଼ିଥିଲା ଯେ ଏହା ସାପ ନୁହେଁ।

ପ୍ରଥମେ ଏହି ଜୀବକୁ ଦେଖିଲା ପରେ ଅଧିକାଂଶ ଲୋକ ଏହାକୁ ସାପ ବୋଲି ଭାବି ନେଇଥିଲେ, ହେଲେ ପୂରା ଭିଡିଓ ଦେଖିଲା ପରେ ଜଣାପଡ଼ିଥିଲା ଯେ, ଏହା ସାପ ନୁହେଁ। ଏହା ଏଭଳି ଏକ ଜୀବ ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଏହି ଜୀବର ୫ଟି ହାତ, ଯାହା ପୂରାପୂରି ସାପ ଭଳି ଦେଖାଯାଉଥିବା ନଜର ଆସିଛି। ଏହି ଜୀବଟି ପଥର ଉପରେ ଏମିତି ମିଶିକି ରହିଥିଲା, ସତେ ଯେମିତି ସାପ ଭଳି ଲାଗୁଥିଲା। ହେଲେ ପରେ ଜଣାପଡ଼ିଥିଲା ଏହା ସାପ ନୁହେଁ। ଧୀରେ ଧୀରେ ଏହା ପାଣି ଆଡ଼କୁ ଯାଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ଅଧିକାଂଶ ଲୋକ ଏହାକୁ ସାପ କହୁଥିବାବେଳେ, ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପରେ ଏହି ଜୀବକୁ ନେଇ କନ୍‌ଫ୍ୟୁଜନ୍‌ ସୃଷ୍ଟି ହୋଇଥିଲା। ସୋସିଆଲ୍‌ ମିଡିଆରେ ଶେଆର୍‌ ହୋଇଥିବା ଏହି ଭିଡିଓ ପୁରୁଣା ବୋଲି ଜଣାପଡ଼ିଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଜୀବ ହେଲା Brittle star କିମ୍ବା ophiuroid।

ବ୍ରିଟଲ୍‌ ଷ୍ଟାର୍‌ ହେଉଛି ଏକ ସାମୁଦ୍ରିକ ଜୀବ, ଯାହା ଷ୍ଟାର୍‌ଫିସ୍‌ ଭଳି ଦେଖା ଯାଇଥାଏ। ବ୍ରିଟଲ୍‌ ଷ୍ଟାର୍‌ ଭଳି ଜୀବଙ୍କ ୨,୦୦୦ରୁ ଅଧିକ ପ୍ରଜାତି ଅଛି ଓ ଏମାନଙ୍କ ମଧ୍ୟରୁ ଅନେକ ଗଭୀର ସମୁଦ୍ରରୁ ମିଳିଥାନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: କିଏ ଏହି ରହସ୍ୟମୟ ଜୀବ ? ଭିଡିଓ ଭାଇରାଲ୍

The post ଦୂରରୁ ଲାଗୁଥିଲା ସାପ, ହେଲେ ପରେ ଜଣାପଡ଼ିଲା… appeared first on OTV Khabar..