Home Uncategorized ଦେବଦଳନରେ ଯୋଡା ହେଲା ନୂଆ ଅଖ

ଦେବଦଳନରେ ଯୋଡା ହେଲା ନୂଆ ଅଖ

0

ପୁରୀ-ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ଦୁଇ ଦିନ ବାକିଥିବାବେଳେ ଗତକାଲି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଚକର ଅଖ ଭାଙ୍ଗିଯାଇଥିଲା । ବଳଭଦ୍ରଙ୍କ ରଥରେ ମଧ୍ୟ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାକୁ ନେଇ ପ୍ରଶାସନର ନିଦ ହଜିଯାଇଥିଲା । ତେବେ ରଥ ତିଆରି କରୁଥିବା ବିଶ୍ୱକର୍ମା ଓ ସେବାୟତ କହିଥିଲେ ଆଗରୁ ବି ଏମିତି ହୋଇଛି ଏବଂ ଏହାର ସମାଧାନ ଶୀଘ୍ର କରାଯିବ । ରଥ ନିର୍ମାଣ ବୈଷୟିକ କମିଟି ଓ ପୂର୍ତ ବିଭାଗ ଟିମର ଯାଞ୍ଚ ପରେ ରଥ ଚକର ଅଖ ବଦଳାଇବାକୁ ନିଷ୍ପତି ହୋଇଥିଲା ।

ରଥର ଅଖ ଭାଙ୍ଗିବା ପରେ ପ୍ରଶାସନଠୁ ନେଇ ବିଶୁମହାରଣା କାରିଗର ଯୁଦ୍ଧକାଳିନ ଭିତ୍ତିରେ କାର୍ଯ୍ୟ କରି ଦେବଦଳନ ରଥର ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରିଛନ୍ତି । ଭଙ୍ଗା ଅଖକୁ ବାହାର କରାଯାଇ ନୂଅା ଅଖ ଲଗାଯାଇଛି । ୪ ଘଣ୍ଟା ପରିଶ୍ରମ ପରେ ନୂଆ ଅଖ ଲାଗିଛି । କ୍ରେନ୍ ସାହାଯ୍ୟରେ ପ୍ରଥମେ ରଥକୁ ଉପରକୁ ଉଠାଯାଇଥିଲା । ପରେ ରଥ ଚକ ତଳକୁ ୬ ଫୁଟ୍ ଯାଏଁ ଖୋଳାଯାଇଥିଲା । ତାପରେ ନୂଆ ଅଖକୁ ରଥ ଚକ ସହ ଯୋଡା ଯାଇଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ରଥର ଚାରିନାହାକରେ ତ୍ରୁଟି ମଧ୍ୟ ସୁଧାରି ଦିଆଯାଇଛି । ଏବେ ରଥ ପ୍ରତି କୌଣସି ବିପଦ ନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here