Home ଓଡିଶା ଦେବୀ ମିଶ୍ରଙ୍କୁ ତଥାଗତ ‘ଚୋର’ କହିବା ପ୍ରସଙ୍ଗ- କୈଫିୟତ୍‌ ମାଗିବେ ମୁଖ୍ୟମନ୍ତ୍ରୀ

ଦେବୀ ମିଶ୍ରଙ୍କୁ ତଥାଗତ ‘ଚୋର’ କହିବା ପ୍ରସଙ୍ଗ- କୈଫିୟତ୍‌ ମାଗିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଗତକାଲି ହିନ୍ଦୋଳର ଝାଡବନ୍ଧ ପୌଷ ମହୋତ୍ସବରେ ଯୋଗଦେଇ ସାଂସଦ ତଥାଗତ ଶତପଥି କିଛି ବିସ୍ଫୋରକ ବୟାନବାଜି କରିଥିଲେ । ତଥାଗତଙ୍କ ବୟାନବାଜିକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ । ତଥାଗତ କାଲି କହିଥିଲେ ଯେ, ‘ଭାରତରେ ସମସ୍ତେ ଲୁଟିବାରେ ବ୍ୟସ୍ତ । ସରକାରୀ କର୍ମଚାରୀ, ରାଜନେତା,ଶିଳ୍ପପତି ସମସ୍ତେ ଲୁଟେରା । ଜାତୀୟ ଦଳ ହୁଅନ୍ତୁ ବା ଅଣଜାତୀୟ ସମସ୍ତେ ଦୁର୍ନୀତିଗ୍ରସ୍ତ । ନିକଟରେ ମୁଖ୍ୟମନ୍ତ୍ରୀ ୪-୫ଜଣ ଚୋରଙ୍କୁ ବାହାର କରିଛନ୍ତି ।  ଏହି ପରିପ୍ରେକ୍ଷୀରେ ସେ ବିଦାୟୀ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ନାଁ ନେଇଥିଲେ । ଦଳରେ ଆଉ କିଛି ଚୋର ନେତା ଅଛନ୍ତି । ନବୀନ ବାବୁ କେତେ ଲୋକଙ୍କୁ ବାହାର କରିବେ।’ ଆଜି ବିଜେଡି ନେତା ଦେବୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତଥାଗତଙ୍କ ବୟାନବାଜି ନେଇ ଫେରାଦ ହୋଇଥିଲେ ।  ଦେବୀ ମିଶ୍ରଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ତଥାଗତଙ୍କ ବୟାନବାଜି ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତଥାଗତ ଠିକ୍‌ କହିନାହାନ୍ତି। ଏପ୍ରସଙ୍ଗରେ ତଥାଗତଙ୍କୁ  କୈଫିୟତ ମଗାଯିବ । ତଥାଗତ ଭୁଲ୍ କଥା କହୁଛନ୍ତି । ବାଦ୍‌ ମନ୍ତ୍ରୀଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।