Home ବାଣିଜ୍ୟ ଦେଶରେ ଦୁଇଥାକିଆ ଟିକସ ବ୍ୟବସ୍ଥା ରଖାଯିବ : ଜେଟ୍‌ଲୀ

ଦେଶରେ ଦୁଇଥାକିଆ ଟିକସ ବ୍ୟବସ୍ଥା ରଖାଯିବ : ଜେଟ୍‌ଲୀ

0

ସର୍ବୋଚ୍ଚ ଟିକସ ସ୍ଲାବ୍‌ (୨୮%)ରେ ସାମଗ୍ରୀ ସଂଖ୍ୟା ହ୍ରାସ ପାଇବ ଏବଂ ଉଭୟ ୧୮% ଓ ୧୨% ଟିକସ ଥାକକୁ ମିଶାଇ ଦିଆଯିବ। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଟିକସଜନିତ ରାଜସ୍ବ ବୃଦ୍ଧି ପାଇଲା ପରେ ଏଭଳି ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି। ପର୍ଯ୍ୟାୟକ୍ରମେ ଟିକସ ଥାକ ହ୍ରାସ କରାଯାଇ ଶେଷକୁ ଦେଶରେ ଦୁଇଥାକିଆ ଟିକସ ବ୍ୟବସ୍ଥା ରଖାଯିବ। ଦୁଇଥାକିଆ ଟିକସ ବ୍ୟବସ୍ଥା କେତେ ଶୀଘ୍ର ଲାଗୁ ହେବ ତାହା ଦେଶର ରାଜସ୍ବ ସ୍ଥିତି ଉପରେ ନିର୍ଭର କରେ। ଜିଏସ୍‌ଟିର ୨୩ତମ ବୈଠକରେ ୨୮% ଟିକସ ଥାକରୁ ଅନେକ ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ଆଗକୁ କେବଳ ବିଳାସମୟ ଏବଂ ଅବଗୁଣକାରୀ ସାମଗ୍ରୀ ଓ ସେବା ଉପରେ ସର୍ବୋଚ୍ଚ ଟିକସ ଲାଗୁ ହେବେ। ଟିକସ ଆଦାୟ ବୃଦ୍ଧି ପାଇଲେ ୧୨% ଓ ୧୮% ଟିକସକୁ ମିଶାଇ ଦିଆଯିବ ବୋଲି ସେ କହିଛନ୍ତି। ଏହାକୁ ମିଶାଇ ଦିଆଯିବାର ଅର୍ଥ ୧୨% ଟିକସ ଥାକରେ ଥିବା ଅନେକ ସାମଗ୍ରୀ ଓ ସେବାକୁ ୫% ଟିକସ ଥାକ ଅଣାଯିବ ଏବଂ ଆଉ କେତେକ ସାମଗ୍ରୀ ଓ ସେବାକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରାଯିବ। ଟିକସଜନିତ ରାଜସ୍ବ ଯେତେ ଶୀଘ୍ର ସମୃଦ୍ଧ ହେବ ଟିକସ ଥାକ ସେତେ ଶୀଘ୍ର ସଙ୍କୁଚିତ ହେବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here