Home ଦେଶ ବିଦେଶ ଧନ୍ୟରେ ମଣିଷ ପଣିଆ! ସାହାଯ୍ୟ ବଦଳରେ ଲୁଟିନେଲ !

ଧନ୍ୟରେ ମଣିଷ ପଣିଆ! ସାହାଯ୍ୟ ବଦଳରେ ଲୁଟିନେଲ !

0
ଭୁବନେଶ୍ୱର: ଗତ ଗୁରୁବାର ସନ୍ଧ୍ୟାରେ ଅମୃତସରରେ ଘଟିଯାଇଥିବା ଦୁର୍ଘଟଣାଟି ସମଗ୍ର ଦେଶକୁ ବାସିଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣାଟି ଘଟିଯିବାର କିଛି ସମୟ ପରେ ଏକ ଅମାନବୀୟ ଘଟଣାଟି ସମଗ୍ର ଦେଶକୁ ଲଜ୍ଜିତ କରି ଦେଇଛି । ଏକ ସଭ୍ୟ ସମାଜରେ ଏଭଳି ଅମାନବିକତାକୁ ଯେତେ ନିନ୍ଦା କଲେ କମ୍ ହେବ । ଏହି ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତି ସାହାଯ୍ୟ ପାଇଁ ବିକଳ ହୋଇ ଚିତ୍କାର ଛାଡୁଥିଲେ କିନ୍ତୁ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ପାଖକୁ ଆସି ସାହାଯ୍ୟ ବଦଳରେ ପାଖରେ ଯାହା ଥିଲା ତାହା ଲୁଟିବାକୁ ଲାଗିଥିଲେ । ମୃତ ୧୮ ବର୍ଷ ବୟସ ଯୁବକର ମାଁର କହିବା କଥାକି ମୋ ପୁଅର ଗୋଟେ ଦାମି ମୋବାଇଲ୍ ଓ ଟଙ୍କା ଚୋରି କରି ନେଇଛନ୍ତି । ଏଭଳି ଏକ ଦୁଖ ପରିସ୍ଥିତିରେ ଏନେକ ଦୁର୍ଘଟଣା ଗ୍ରସ୍ତ ଆହତଙ୍କୁ ସାହାର୍ଯ୍ୟ ବଦଳରେ ଘଟଣା ସ୍ଥଳରୁ ସେମାନଙ୍କ ଗହଣା ପର୍ସ ସବୁ ଲୁଟ କରି ନେଇଛନ୍ତି ।