Home Uncategorized ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

0

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଛି । ଆଗରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ  ୨୯୩୦ ଟଙ୍କା କରିବା ଦାବିରେ ବିଜେଡିର କୃଷକ ସାମୁଖ୍ୟ ସ୍ମାରକପତ୍ର ଦେଇଥିଲା । କିନ୍ତୁ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଯଥାର୍ଥ ବୋଲି କହିବା ପରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଏହା ଚାଷୀଙ୍କୁ ଉପହାସ ବୋଲି ବିଜେଡି କହିବା ସହ କେନ୍ଦ୍ରର ଚାଷୀ ମାରଣ ନୀତି ପ୍ରତିବାଦରେ ରାଜଭବନ ଆଗରେ ବିକ୍ଷୋଭ କରୁଛି । ଏହି ଧାରଣାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖଙ୍କ ସହିତ ବହୁ ବିଜେଡି ନେତା ଯୋଗ ଦେଇ ରାଜ୍ୟର କୃଷକମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ବିଜେଡି ସରକାର ଆନ୍ଦୋଳନକୁ ଯେ କୌଣସି ସ୍ତରକୁ ନେବାଲାଗି ପ୍ରସ୍ତୁତ ବୋଲି କହିଛନ୍ତି । କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here