Home Uncategorized ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୦ଟଙ୍କା ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୦ଟଙ୍କା ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

0

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରି ବିଜେଡିର କୃଷକ ସାମୁଖ୍ୟ ପକ୍ଷରୁ ଆଜି ରାଜଭବନ ଘେରାଉ କରାଯାଇଛି । ଏନେଇ ଆଜି ରାଜଭବନ ସମ୍ମୁଖରେ ସଂଗଠନ ପକ୍ଷରୁ ୨ ଘଣ୍ଟା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଧାନର ସର୍ବନିମ୍ନ ସହୟତା ମୂଲ୍ୟ ବୃଦ୍ଧି ଦାବିରେ ବିଜେଡିର କର୍ମୀମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ ।
ବିଜେପିର ନିର୍ବାଚନ ପୂର୍ବରୁ ଦିଆଯାଇଥିବା ୨ ଗୁଣ ଏମଏସପି ବୃଦ୍ଧି ପ୍ରତିଶ୍ରୁତି ପାଣିର ଗାର ବୋଲି ବିଜେଡିର କୃଷକ ସାମୁଖ୍ୟ ପକ୍ଷରୁ କୁହାଯାଇଛି । ସରକାରଙ୍କ ପକ୍ଷରୁ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି ପାଇଁ ହୋଇଥିବା ଦାବିକୁ କେନ୍ଦ୍ର ଗ୍ରହଣ କରିବାକୁ ଦାବି ହୋଇଛି । ଏହି ପ୍ରତିବାଦ ସଭାରେ ଶତାଧିକ କୃଷକ ସାମିଲ ହୋଇ ରାଜରାସ୍ତାରେ ଧାନ ତଳି ପୋତିଛନ୍ତି ।
 

LEAVE A REPLY

Please enter your comment!
Please enter your name here