Home Uncategorized ଧାନ ଲକ୍ଷ୍ମୀ ଠାକୁରାଣୀ, ଏହାକୁ ପୋଡନ୍ତୁ ନାହିଁ : ଦାମ ରାଉତ

ଧାନ ଲକ୍ଷ୍ମୀ ଠାକୁରାଣୀ, ଏହାକୁ ପୋଡନ୍ତୁ ନାହିଁ : ଦାମ ରାଉତ

0
ଭୁବନେଶ୍ୱର: ଚକଡ଼ା ପୋକ ଓ ମରୁଡ଼ି ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ କ୍ଷେତରେ ନିଆଁ  ଲଗାଉଥିବାରୁ ଚାଷୀମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଆଜି ନିବେଦନ କରିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । ଧାନ ଲକ୍ଷ୍ମୀ ଠାକୁରାଣୀ,  ଲକ୍ଷ୍ମୀ ଠାକୁରାଣୀଙ୍କୁ ପୋଡ଼ନ୍ତୁ ନାହିଁ  ବୋଲି ଦାମ କହିଛନ୍ତି । ସେ କହିଛନ୍ତି,“ଚାଷୀମାନେ ବିବ୍ରତ ହୋଇ ଧାନ କ୍ଷେତରେ ନିଆଁ ଲଗାନ୍ତୁ ନାହିଁ ।  କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ ପାଇଁ କୃଷି ବିଭାଗ ଟିମ୍ ଯାଇଛି । ଏହି ଟିମ୍‌ ଫେରିବା ପରେ କଣ କରାଯିବ ସେନେଇ  ଆଲୋଚନା କରାଯିବ।  ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ଘଟିବ ଧ୍ୟାନ ଦେଉଛୁ ।” ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁ  ତାଙ୍କ ଅଧା ଏକର ଜମିରେ ନିଆଁ ଲଗାଇ ଦେଇଥିଲେ । ତାପର ଦିନ ସେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ବରଗଡ଼ ଜିଲ୍ଲାରୁ ଉଠିଥିବା ଏହି ନିଆଁ ଝାରସୁଗୁଡ଼ା, ସମ୍ୱଲପୁର ଦେଇ ରାୟଗଡ଼ା ଓ ଗଞ୍ଜାମକୁ ବ୍ୟାପିଛି । ଇତିମଧ୍ୟରେ ବଲାଙ୍ଗୀରର ମଧ୍ୟ ଦୁଇ ଜଣ ଚାଷୀ ଫସଲରେ ନିଆଁ ଲଗାଇଥିବା ଜଣାପଡିଛି ।