Home Uncategorized ଧୀରେ ଧୀରେ ସୁସ୍ଥ ହେଉଛି ଜଗା, ହାତରେ ବଲ ଫିଙ୍ଗି ଖେଳୁଛିି

ଧୀରେ ଧୀରେ ସୁସ୍ଥ ହେଉଛି ଜଗା, ହାତରେ ବଲ ଫିଙ୍ଗି ଖେଳୁଛିି

0
ଭୁବନେଶ୍ୱର: ନୂଆଦିଲ୍ଲୀର ଏମ୍‌ସରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଅସ୍ତ୍ରୋପଚାର ଦ୍ୱାରା ଅଲଗା ହେବା ପରେ ଜଗାର ସ୍ୱାସ୍ଥ୍ୟ କ୍ରମାଗତଭାବେ ସ୍ୱାଭାବିିକ ହେଉଥିବା ଦେଖିବାକୁ ମିଳିଛି । ଆଜି ଏମସ୍‌ ପକ୍ଷରୁ ଜାରି କରାଯାଇଥିବା  ଭିଡିଓରେ ଜଗା ହାତରେ ବଲ ଫିଙ୍ଗି ଖେଳୁଥିବାର ଦେଖାଯାଇଛି । ଏଥିରୁ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଯେ ବେଶ୍‌ ଉନ୍ନତି ଘଟୁଥିବା ଜଣାପଡ଼ୁଛି । ଅପରପକ୍ଷେ ଏବେ ବି କାଳିଆର ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇ ନାହିଁ । କାଳିଆର ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସୁଛି । ସୂଚନାଯୋଗ୍ୟ ଯେ, ଏମ୍‌ସରେ ଦୁଇଟି ପର୍ଯ୍ୟାୟ ଅସ୍ତ୍ରୋପଚାରରେ ଦୁଇ ଶିଶୁ ପରସ୍ପର ଠାରୁ ଅଲଗା ହେବା ପରେ ପ୍ରଥମେ ଜଗାକୁ ଏମ୍‌ସର ପ୍ରାଇଭେଟ୍‌ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । କାରଣ ଜଗାର ଶରୀର ଡାକ୍ତରୀ ଔଷଧକୁ ବେଶ୍‌ ଭଲଭାବେ ଗ୍ରହଣ କରୁଥିଲା । ଏପରିକି ଜଗା ତାର ବାପାମାଆଙ୍କୁ ଦେଖି ଖୁସି ହୋଇଥିଲା । ଏଥିରୁ ଜଗା ସ୍ୱାଭାବିକ ଆଡକୁ ଆସୁଥିବା ଡାକ୍ତରମାନେ ଅଶା ପ୍ରକଟ କରିଥିଲେ । ଅପରପକ୍ଷରେ କାଳିଆର ସ୍ୱାସ୍ଥ୍ୟାବସ୍ଥା ଜଗା ତୁଳନାରେ ସାମାନ୍ୟ ଖରାପ ରହିଛି । ତା’ର ଗଳାରେ ଏକ ଟ୍ୟୁବ୍ ଲାଗିଛି । ଏହି ଟ୍ୟୁବ୍ ସାହାଯ୍ୟରେ ସେ ଶ୍ୱାସକ୍ରିୟା ନେଉଛି।  ସୋମବାର ଏମ୍ସର ନ୍ୟୁରୋ ଆଇସିୟୁରୁ ସ୍ୱତନ୍ତ୍ର ଓ୍ୱାର୍ଡକୁ ଆସିଥିଲା କାଳିଆ । କାଳିଆକୁ ଟ୍ରାକିଓଟୋମି କରାଯିବା ପରେ ତାକୁ ତରଳ ଖାଦ୍ୟ ଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସୂଚନା ଦେଇଥିଲେ ।