Home ଓଡିଶା ନନ୍ଦନକାନନ ବନ୍ଦ

ନନ୍ଦନକାନନ ବନ୍ଦ

ଭୁବନେଶ୍ୱର- ଆଜି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳେର ଘୂଣ୍ଣିଝଡ ଓ ତୋଫାନ ହୋଇଥିଲା।  ଝଡତୋଫାନ ଯୋଗୁଁ ନନ୍ଦନକାନନ ଭିତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ନନ୍ଦନକାନନ ମଧ୍ୟରେ ଥିବା ବହୁ ଗଛ ଉପୁଡି ପଡିଛି। ବିଭିନ୍ନ ସ୍ଥାନରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଛି। ଟିକେଟ୍ ବ୍ୟବସ୍ଥା ସଂପୂର୍ଣ୍ଣ ଅଚଳନ ହୋଇଯାଇଛି। ପ୍ରାଥମିକ ଆକଳନରୁ ପ୍ରାୟ ୫୦ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି। ନନ୍ଦନକାନନର ବର୍ତ୍ତମାନ ପରିସ୍ଥିତିକୁ ଦେଖି ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ଦୁଇଦିନ ନନ୍ଦନକାନନକୁ ବନ୍ଦ ରଖିଛନ୍ତି।   କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ  ଜୁନ୍ ୨ ଓ ୩ ତାରିଖ ନନ୍ଦନକାନନ ବନ୍ଦ ରହିବ।