Home Uncategorized ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ପର୍ଯ୍ୟଟକଙ୍କ ବସ୍‌

ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ପର୍ଯ୍ୟଟକଙ୍କ ବସ୍‌

0

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀରେ ଫସିଗଲା ପର୍ଯ୍ୟଟକଙ୍କ ବସ୍। ଫଳରେ ପର୍ଯ୍ୟଟକମାନେ କିଛି ସମୟ ପାଇଁ ଭୟଭୀତ ହୋଇ ପଡ଼ିଥିଲେ ।
ମିଳିଥିବା ସୂଚନା ଅନୁସାରେ,ଆଜି ୪୫ ଜଣ ପର୍ଯ୍ୟଟକଙ୍କୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ସିଂହ ସଫାରି ବୁଲାଇବାକୁ ପର୍ଯ୍ୟଟକ ବସ୍‌ ବାହାରି ଥିଲା । ସିଂହ ସଫାରି ଭିତରକୁ ପ୍ରବେଶ କରିବାର କିଛି ସମୟ ପରେ କାଦୁଅ ରାସ୍ତାରେ ଫସିଯିବାରୁ ବସ୍‌ଟି ଆଗକୁ ଯାଇ ପାରି ନଥିଲା। ଏହି ସମୟରେ ସଫାରି ପରିସରରେ ୨ଟି ସିଂହ ବୁଲୁଥିଲେ। ଏହାପରେ ପର୍ଯ୍ୟଟକମାନେ  ଭୟଭୀତ ହୋଇ ଯାଇଥିଲେ । ବସ୍‌ର ଡ୍ରାଇଭର ଏସମ୍ପର୍କରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ  ସଫାରୀରେ ବୁଲୁଥିବା ସିଂହକୁ କୌଶଳ କ୍ରମେ ଏକ ଯନ୍ତାରେ ଧରାଯାଇ ଜଙ୍ଗଲ ଭିତରକୁ ନିଆଯିବା ସହ  ଆଉ ଏକ ବସ ଯାଇ ପର୍ଯ୍ୟଟକଙ୍କୁ ସେଠାରୁ ଆଣିଥିଲା ।
 

LEAVE A REPLY

Please enter your comment!
Please enter your name here