Home ଅପରାଧ ନବରଙ୍ଗପୁର : ସ୍ତ୍ରୀ ଓ ଝିଅକୁ ଜିଅନ୍ତା ଜାଳି ଦେଲା ସୈତାନ ସ୍ୱାମୀ

ନବରଙ୍ଗପୁର : ସ୍ତ୍ରୀ ଓ ଝିଅକୁ ଜିଅନ୍ତା ଜାଳି ଦେଲା ସୈତାନ ସ୍ୱାମୀ

0
ନବରଙ୍ଗପୁର : ସଇତାନ ସ୍ୱାମୀର ବିଭତ୍ସ କାଣ୍ଡ । ସ୍ତ୍ରୀ ଓ ୬ମାସର ଶିଶୁକୁ ଜିଅନ୍ତା ଜାଳିଦେଲା ସ୍ୱାମୀ । ପାରିବାରିକ କଳହକୁ ନେଇ ଏପରି ନାରକୀୟ କାଣ୍ଡ ଘଟାଇଛି ଅଭିଯୁକ୍ତ । ନବରଙ୍ଗପୁର ସିରମା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କୌଣସି ପାରିବାରିକ କଳହକୁ ନେଇ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀ ଓ ୬ମାସର ଶିଶୁ କନ୍ୟାକୁ କିରୋସିନି ଦେଇ ଜାଳି ଦେଇଛି । ହତ୍ୟାକାଣ୍ଡ ପରେ ଥାନାରେ ଅଭିଯୁକ୍ତ ସ୍ୱାମୀ ଆତ୍ମସମର୍ପଣ କରିଛି ।  ମୃତ ମହିଳାଙ୍କ ନାମ ହେଲା ନୀଳବତୀ ଭତ୍ରା ଏବଂ ଅଭିଯୁକ୍ତ ଜଣଙ୍କ ହେଲେ ଟଙ୍କଧର ଭତ୍ରା  । ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଳକ୍ କୋଡିଙ୍ଗା ଥାନା ଅନ୍ତର୍ଗତ ଚିର୍ମା ଗାଁର ଆଜି ସକାଳର ଘଟଣା  । ଉଭୟ ପତି ପତ୍ନୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଟଙ୍କଧର ସ୍ତ୍ରୀ ନୀଳବତୀ ଦେହରେ କିରୋସିନି ଢାଳି ନିଆଁ ଲଗାଇବା ସହ ନିଜର ୬ ମାସର ଶିଶୁକନ୍ୟାକୁ ମଧ୍ୟ ଛାଡି ନ ଥିଲା । ସ୍ତ୍ରୀ ଓ ଶିଶୁକନ୍ୟାକୁ ନିଆଁରେ ଜାଳି ପ୍ରାଣ ହରାଇବା ପରେ ଅଭିଯୁକ୍ତ ଟଙ୍କଧର ଥାନାରେ ଅତ୍ମସମର୍ପଣ କରିଥିଲା ।  କୋଡିଙ୍ଗା ଅତିରିକ୍ତ ତହସିଲଦାର, କୋଡିଙ୍ଗା ଥାନା ଅଧିକାରୀ ଓ ଏସଡିପିଓ ବିଜୟ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପାମ୍ପଡ଼ହାଣ୍ଡି ଏସଡିପିଓ ବି.କେ. ନାୟକ କହିଛନ୍ତି- “ଏହି ଘଟଣା ନେଇ  ପୋଲିସ୍‌ ନିକଟରେ ଲିଖିତ ଅଭିଯୋଗ ହୋଇନାହିଁ । ଆମେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଶବ ଜଳୁଥିଲା ।  ଟଙ୍କଧରର ଘରଠାରୁ ୨୦ ମିଟର ଦୂରରେ ମାଆ ଝିଅଙ୍କ ମୃତଦେହ ପଡ଼ିଥିଲା । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।”