Home Uncategorized ନବୀନଙ୍କୁ ଭେଟିଲେ ରଘୁନାଥ ମହାନ୍ତି

ନବୀନଙ୍କୁ ଭେଟିଲେ ରଘୁନାଥ ମହାନ୍ତି

0

ଭୁବନେଶ୍ୱର,ଜୁନ ୧୯(ଖବର ଓଡିଶା): ଆଜି ନବୀନ ନିବାସ ଆସିଥିଲେ ବିଜେଡିର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ରଘୁନାଥ ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦଳରେ ସକ୍ରିୟ ଭାବେ କାମ କରିବାକୁ ତାଙ୍କୁ ଡକା ଯାଇଥିବା ସୂଚନା ମିଳିଛି । ରାଜ୍ୟରେ ବିଜେପିର ଲୋକପ୍ରିୟତା ଦେଖି ବିଜେଡି ଦଳର ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ଏବେ ଯୋଜନା କରୁଛି । ସେହିଦୃଷ୍ଟିରୁ ରଘୁନାଥ ମହାନ୍ତିଙ୍କୁ ଡକାଯାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । 
 
ନବୀନଙ୍କୁ ଭେଟିବା ପରେ ରଘୁନାଥ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀଙ୍କ ସହ ଦଳ ବିଷୟରେ ଆଲୋଚନା କଲି । ଦଳର ସଭାପତିଙ୍କ ନିର୍ଦ୍ଦେଶରେ କାମ କରିବି । ’

LEAVE A REPLY

Please enter your comment!
Please enter your name here