Home Uncategorized ନବୀନଙ୍କ ଘରେ ଖାଇଲେ ଅମିତ

ନବୀନଙ୍କ ଘରେ ଖାଇଲେ ଅମିତ

0

ଗଞ୍ଜାମ- ବିଜେପିର ‘ମିଶନ୍‌ ଓଡିଶା’ ଲକ୍ଷ୍ୟ ନେଇ ଚାରିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଅମିତ ଶାହ । ଆଜି ଗଞ୍ଜାମର ହୁଗୁଳାପଟାରେ ‘ମୋ ବୁଥ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେବାପରେ ଅମିତ ଶାହ ନବୀନ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ତଳେ ବସି କଦଳୀ ପତ୍ରରେ ସେ  ଭୋଜନ କରିଥିଲେ । ଏହି ମଧ୍ୟାହ୍ନ ଭୋଜନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ । ମଧ୍ୟାହ୍ନଭୋଜନରେ ଭାତ, ଡାଲି, ସନ୍ତୁଳା, ଶାଗଭଜା, କ୍ଷିରୀ ଆଦି ଖାଇଥିଲେ ଅମିତ ଶାହ ।

‘ଆମ ଘରକୁ ଆଜି ଅମିତ ଶାହ ଅତିଥି ହୋଇ ଆସିଥିବାରୁ ମୁଁ  ଓ ମୋ ପରିବାର ଲୋକେ ବହୁତ ଖୁସି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୋ ଘରେ ପାଦଦେଇଥିବାରୁ ମୁଁ ଏଥିପାଇଁ ନିଜକୁ ଗର୍ବିତ ମନେକରୁଛି” ବୋଲି ନବୀନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here