Home Uncategorized ନବୀନ-ଧର୍ମେନ୍ଦ୍ରଙ୍କ ଆଲୋଚନା ବୈଠକ ଶେଷ; ସକାରାତ୍ମକ ଫଳାଫଳ ନେଇ ଆଶାବାଦୀ: ନବୀନ

ନବୀନ-ଧର୍ମେନ୍ଦ୍ରଙ୍କ ଆଲୋଚନା ବୈଠକ ଶେଷ; ସକାରାତ୍ମକ ଫଳାଫଳ ନେଇ ଆଶାବାଦୀ: ନବୀନ

0

ନୂଆଦିଲ୍ଲୀ: ଆଇଓସିଏଲ ପ୍ରସଙ୍ଗକୁ ନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ନୂଆଦିଲ୍ଲୀର ଓଡିଶା ଭବନରେ ଚାଲିଥିବା ଆଲୋଚନା ବୈଠକ ଶେଷ ହୋଇଛି । ଆଇଓସିଏଲ୍ ସମସ୍ୟାର ଶୀଘ୍ର ସମାଧାନ ହେବ ଏବଂ ଆଲୋଚନାର ସକାରତ୍ମକ ଫଳାଫଳ ନେଇ  ଆଶାବାଦୀ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।  ଅନ୍ୟପକ୍ଷରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,  ୨୦୦୪ରେ ଆଇଓସିଏଲକୁ ନେଇ ହୋଇଥିବା ସର୍ତ୍ତାବଳୀ କାହାରିକୁ ସୁହାଉ ନାହିଁ । ଏଣୁ ଉଭୟଙ୍କୁ ସୁହାଇବା ଭଳି ସର୍ତ୍ତାବଳୀରେ ପରିବର୍ତ୍ତନ ହେବା ଆବଶ୍ୟକ ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ସ୍ୱାର୍ଥ ନେଇ କେନ୍ଦ୍ର ଓ ରାଜ୍ୟ ପ୍ରତିଶୃତିବଦ୍ଧ । ଏଣୁ ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଖୁବ ଶୀଘ୍ର ଆପୋଷ ଆଲୋଚନା ମାଧ୍ୟମରେ ଆଇଓସିଏଲ ପ୍ରସଙ୍ଗର ସମାଧାନ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ପାରାଦୀପସ୍ଥିତ ଆଇଓସିଏଲ ରିଫାଇନାରି ଓଡ଼ିଶା ସରକାରଙ୍କୁ ଟିକସ ଦେବା ନେଇ ବିବାଦ ଲାଗି ରହିଛି । ରାଜ୍ୟ  ସରକାର ଆଇଓସିଏଲକୁ ୧ ହଜାର ୪୮୫ କୋଟି ଟଙ୍କାର ଟିକସ ପୈଠ କରିବାକୁ ଦାବି କରିବାରୁ ବିବାଦ ସୃଷ୍ଟି ହୋଇଛି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଓଡ଼ିଶା ଭବନରେ ଆଜି ଦିନ୧୧ଟାରୁ ପ୍ରାୟ ୩୦ ମିନିଟ୍‌ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here