Home Uncategorized ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦଲାଇଲାମା

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦଲାଇଲାମା

0

ଭୁବନେଶ୍ୱର : ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେ ସୋମବାର ପୂର୍ବାହ୍ନରେ ନୂଆଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ଯୋଗେ ଅପରାହ୍ନ ୧ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ଏହପରେ ବିମାନବନ୍ଦରରୁ ସେ ସିଧା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରାୟ ୨୦ ମିନିଟ ଧରି ଆଲୋଚନା କରିଛନ୍ତି । ଏହି ଅବସରରେ ଦଲାଇଲାମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ତାଙ୍କୁ ରବର୍ଟ ମୁଗାବେଙ୍କ ସହ ତୁଳନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଦଲାଇଲାମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଓଡିଶାରେ ଅନେକ ତିବ୍ଦତୀୟ ଅଛନ୍ତି । ମୁଁ ପୂର୍ବରୁ ଅନେକ ଥର ଓଡିଶା ଆସିଛି । ଏବେ ଆଉ ଥରେ ଆସିଛି, ଓଡିଶାରେ ବହୁତ ସମ୍ମାନ ମିଳୁଛି ।  ଭାରତ-ଚୀନ୍‌ ସମ୍ପର୍କ ନେଇ ମଧ୍ୟ ସେ ତାଙ୍କ ମତ ରଖିଛନ୍ତି ।  ସେ କହିଛନ୍ତି ଯେ,  ଭାରତ ଓ ଚୀନ ଏସିଆ ମହାଦେଶର ଦୁଇ ବଡ଼ ରାଷ୍ଟ୍ର, ତେଣୁ ସେମାନଙ୍କ ଭିତରେ ସୁସଂପର୍କ  ଓ ସହଯୋଗ ରହିବା ଦରକାର ।

ଦଲାଇଲାମାଙ୍କ ଗସ୍ତ ଅବସରରେ କମିସନରେଟ୍‌ ପୋଲିସ୍‌ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯିବ ।

LEAVE A REPLY

Please enter your comment!
Please enter your name here