Home Uncategorized ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

0
ଭୁବନେଶ୍ୱର: ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ନ୍ୟାୟ ନ ମିଳିବାରୁ ନବୀନ ନିବାସ ସମ୍ମୁଖରେ ବ୍ଲେଡରେ ବାମ ହାତର ଶିରା କାଟି ଦେଲେ ମହିଳା । ହାତରୁ ପ୍ରବଳ ରକ୍ତସ୍ରାବ ହେବାରୁ ଡିସିପି (ସିକ୍ୟୁରିଟି) ମହିଳାଙ୍କୁ ଉଦ୍ଧାର କରି  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମହିଳା ଜଣଙ୍କ ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ଦାବି କାରି ଏପରି କାଣ୍ଡ ଘଟାଇଥିବା ଜଣାପଡିଛି ।     ସୂଚନାନୁଯାୟୀ, ମହିଳା ଜଣଙ୍କ ବହୁପୂର୍ବରୁ ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରି ଆସୁଛନ୍ତି । ଗତ କିଛି ମାସ ପୂର୍ବରୁ ମହିଳା ଜଣକ ବିଧାୟକଙ୍କ ସରକାରୀ ବାସଭବନରେ ପ୍ରବେଶ କରି ପ୍ରବଳ ଭଙ୍ଗାରୁଜା କରିଥିଲେ ।  ବାରମ୍ବାର ଦାବି କରିବା ସତ୍ତ୍ୱେ ନ୍ୟାୟ ନ ମିଳିବାରୁ ସେ  ଆଜି ନବୀନ ନିବାସ ଯାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।