Home Uncategorized ନବୀନ ଶ୍ରେଷ୍ଠ ପ୍ରଶାସକ : ଆଉଟ୍‌ଲୁକ୍‌

ନବୀନ ଶ୍ରେଷ୍ଠ ପ୍ରଶାସକ : ଆଉଟ୍‌ଲୁକ୍‌

0

ନୂଆଦିଲ୍ଲୀ : ଆଜି ଇଂରାଜୀ ପତ୍ରିକା ‘ଆଉଟଲୁକ୍’ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ ପ୍ରଦାନ କରାଯିବ । ଆଜି ନୂଆଦିଲ୍ଲୀରେ ହେବାକୁ ଥିବା ଆଉଟଲୁକ୍ ସ୍ପିକ୍ ଆଉଟ୍ ଆଓ୍ଵାର୍ଡ କାର୍ଯ୍ୟକ୍ରମରେ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ପତ୍ରିକା ପକ୍ଷରୁ କରାଯାଇଥିବା ଏକ ଅନ୍‌ଲାଇନ୍‌ ସର୍ଭେରେ ଏହି ଫଳାଫଳ ଆସିଛି । ଦେଶର ଶ୍ରେଷ୍ଠ ସାଂସଦ ଭାବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମନୋନୀତ କରାଯାଇଛି । ଶ୍ରେଷ୍ଠ ପ୍ରଶାସକ ତାଲିକାରେ ନବୀନଙ୍କ ପଛକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଅଛନ୍ତି ।
 ଭାରତୀୟ ରାଜନୀତିରେ ପଶ୍ଚିମବଙ୍ଗର ଜ୍ୟୋତି ବସୁଙ୍କ ପରେ ଅଧିକ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବାରେ ନବୀନ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ।  ଦୀର୍ଘ ୧୭ ବର୍ଷ ଶାସନ ବ୍ୟବସ୍ଥାରେ ରହିବା ସହ ତାଙ୍କ ଲୋକପ୍ରିୟତାକୁ ବଜାୟ ରଖିବାରେ ସେ ସଫଳ ହୋଇଥିବା କଥା ଏହି ଅନ୍‌ଲାଇନ୍‌ ସର୍ଭେରୁ ଜଣାପଡିଛି ।  ରାଜ୍ୟର ଅର୍ଥନୈତିକ ବିକାଶ, ସାମାଜିକ ନିରାପତ୍ତା, ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ, ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି, ପ୍ରଶାସନରେ ସ୍ୱଚ୍ଛତା ଆଦି କ୍ଷେତ୍ରକୁ ବିଚାରକୁ ନିଆଯାଇ ନବୀନଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ମନୋନୟନ ତାଲିକାରେ ରଖାଯାଇଥିଲା ।
ସେହିଭଳି  ଶ୍ରେଷ୍ଠ ସାଂସଦ ଭାବରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ , ଶିଳ୍ପପତି ଅଜୀମ୍‌ ପ୍ରେମଜୀ, ଗଣିତଜ୍ଞ ଆନନ୍ଦ କୁମାର, ମନସ୍ତତ୍ୱବିତ୍‌ ଆଶିଷ ନନ୍ଦୀ, ସାମ୍ବାଦିକତା କ୍ଷେତ୍ରରେ ଅକ୍ଷୟ ମୁକୁଲ, ହରୀଶ ଦାମୋଦରନ୍‌, ନାଟ୍ୟକାର ରତନ ଥିୟାମ୍‌ ଓ ସାମାଜିକ କର୍ମୀ ଇଲା ଭଟ୍ଟ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here