Home Uncategorized ନର୍ଦ୍ଦମାଜଳରେ ଗୋଡ ଧୋଇ ଭକ୍ତ ଗଲେ ଶ୍ରୀମନ୍ଦିର I

ନର୍ଦ୍ଦମାଜଳରେ ଗୋଡ ଧୋଇ ଭକ୍ତ ଗଲେ ଶ୍ରୀମନ୍ଦିର I

0
ପୁରୀ – ମଙ୍ଗଳବାର ସନ୍ଧ୍ୟାରେ ବାଲିସାହି, ଦକ୍ଷିଣ ଦ୍ୱାର ଓ ଏମାର ମଠ ଦେଇ ଆସୁଥିବା ନର୍ଦ୍ଦମା ଜଳ ଅରୁଣସ୍ତମ୍ଭ ଦେଇ ଚାଲୁଥିବା ବେଳେ ଯାତ୍ରୀମାନେ ପୌର ପ୍ରଶାସନକୁ ବିଦ୍ରୁପ କରୁଥିବା ଦେଖାଯାଇଥିଲା । ମ୍ୟୁନିସପାଲଟି ନଳା ଜାମ୍ ହୋଇଯିବାରୁ ଶ୍ରୀମନ୍ଦିର ସମ୍ମୁଖ ଦେଇ ନର୍ଦ୍ଦମା ଜଳ ପ୍ରବାହିତ ହୋଇଥିଲା । ସିଂହଦ୍ୱାର ନିକଟ ବ୍ୟାରିକେଡ୍ ଓ ପାଦଧୁଆ କୁଣ୍ଡ କଡ଼ଦେଇ ନଳାପାଣି ବୋହି ଚାଲିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତମାନେ ଏଥିନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେବାୟତମାନେ ମଧ୍ୟ ଏହି ପୁତ୍ତିଗନ୍ଧମୟ ପରିବେଶ ପାଇଁ ଅସୁବିଧାରେ ପଡ଼ିଥିଲେ । ଦୀର୍ଘ ସମୟ ଧରି ନର୍ଦ୍ଦମା ଜଳ ପବିତ୍ର ବଡ଼ଦାଣ୍ଡ ଦେଇ ବୋହି ଚାଲିଥିଲେ ମଧ୍ୟ ପୌର ପ୍ରଶାସନର ସେଥି ପ୍ରତି ନଜର ନଥିଲା । ସିଂହଦ୍ୱାର ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ଯାତ୍ରୀ ଓ ଭକ୍ତମାନେ ନାକରେ ରୁମାଲ ଦେଇ ଯାଉଥିବା ଦେଖିବାକୁ ମିଳିଥିଲା । ସିଂହଦ୍ୱାରେ କାର୍ଯ୍ୟ କରୁଥିବା ପୋଲିସ ଓ ଶ୍ରୀମନ୍ଦିର କର୍ମ·ରୀମାନେ ନଳାପାଣି ଲାଗିବା ଭୟରେ ମନ୍ଦିର ଭିତରେ ଠିଆ ହୋଇଥିଲେ । ପାଦ ଧୋଇବା ପାଇଁ ଥିବା ଜଳକୁଣ୍ଡ ନର୍ଦ୍ଦମା ଜଳରେ ଭରି ଯାଇ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥିଲା