Home Uncategorized ନାମାଙ୍କନପତ୍ର ଦାଖଲ କଲେ ବିଜେଡ଼ିର ୩ ରାଜ୍ୟସଭା ପ୍ରାର୍ଥୀ

ନାମାଙ୍କନପତ୍ର ଦାଖଲ କଲେ ବିଜେଡ଼ିର ୩ ରାଜ୍ୟସଭା ପ୍ରାର୍ଥୀ

0

ଭୁବନେଶ୍ୱର – ରାଜ୍ୟସଭା ନିର୍ବାଚନ ଶାସକ ବିଜେଡିର ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭା ପରିସରରେ ୫୪ନଂ ପ୍ରକୋଷ୍ଠରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ । ପ୍ରଶାନ୍ତ ନନ୍ଦ ଶାସକ ଦଳର ପ୍ରଥମ ପସନ୍ଦର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଦ୍ୱିତୀୟ ପସନ୍ଦର ପ୍ରାର୍ଥୀ ଭାବେ ସୌମ୍ୟରଂଜନ ପଟ୍ଟନାୟକ ଓ ତୃତୀୟ ପସନ୍ଦ ପ୍ରାର୍ଥୀ ଭାବେ ଅଚ୍ୟୁତ ସାମନ୍ତ ନାମାଙ୍କନପତ୍ର ଦାଖଲ କରିଥିଲେ । ଶୁକ୍ରବାର ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହିତ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟକୁ ଆସିବା ପରେ ପ୍ରଶାନ୍ତ ନନ୍ଦ ନାମାଙ୍କନପତ୍ର ଦାଖଲ ପାଇଁ ଆସିଥିଲେ । ଏହି ଅବସରରେ ଶ୍ରୀ ନନ୍ଦ ଦୁଇକିତା ନାମାଙ୍କନପତ୍ର ସହ ସଂପତ୍ତିର ବିବରଣୀ ପ୍ରଦାନ କରିଥିଲେ, ପ୍ରଶାନ୍ତ ନନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପ୍ରସ୍ତାବକ ଭାବେ ରହିଥିବା ବେଳେ ମୋଟ୍ ୧୦ଜଣ ପ୍ରସ୍ତାବକ ରହିଥିଲେ । ସେହିପରି ଦ୍ୱିତୀୟ କିତା ନାମାଙ୍କନପତ୍ରରେ ପ୍ରଶାନ୍ତଙ୍କ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପ୍ରସ୍ତାବକ ରହିଥିଲେ । ସେହିଭଳି ସୌମ୍ୟରଂଜନ ପଟ୍ଟନାୟକଙ୍କ ପାଇଁ ପ୍ରଥମ ସେଟ୍ ପ୍ରାର୍ଥୀପତ୍ର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରସ୍ତାବକ ଥିବା ବେଳେ ଦ୍ୱିତୀୟ କିତା ନାମାଙ୍କନପତ୍ରରେ ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରଥମ ପ୍ରସ୍ତାବକ ଥିଲେ । ସେହିଭଳି ଅଚ୍ୟୁତ ସାମନ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସେଟ୍ ପ୍ରସ୍ତାବକ ଥିବା ବେଳେ ଦ୍ୱିତୀୟ ସେଟ୍ ବିଧାୟକ ବେଦପ୍ରକାଶ ଅଗ୍ରୱାଲ ପ୍ରଥମ ପ୍ରସ୍ତାବକ ଥିଲେ । ପ୍ରତି ନାମାଙ୍କନପତ୍ର ସେଟ୍ ରେ ୧୦ଜଣ ଲେଖାଏଁ ପ୍ରସ୍ତାବକ ରହିଥିବା ବେଳେ ୩ ପ୍ରାର୍ଥୀଙ୍କୁ ରିଟର୍ଣ୍ଣିଂ ଅଧିକାରୀ ବିଧି ଅନୁଯାୟୀ ଦସ୍ତଖତ ନେଇଥିଲେ ।

LEAVE A REPLY

Please enter your comment!
Please enter your name here