Home Uncategorized ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ, ବାହାରଣା ଗାଁରେ ଦୁଇ ମେଣ୍ଢାକୁ ମାରିଲା...

ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ, ବାହାରଣା ଗାଁରେ ଦୁଇ ମେଣ୍ଢାକୁ ମାରିଲା ଜଙ୍ଗଲୀ ଜୀବ

0

କଟକ: ନିଆଳି ଅଞ୍ଚଳରେ ମେଣ୍ଢା ମୃତ୍ୟୁକୁ ନେଇ ଆତଙ୍କ ଥମୁନାହିଁ । ପ୍ରଶାସନ ଓ ଜଙ୍ଗଲ ବିଭାଗର ସମସ୍ତ ଚେଷ୍ଟା ସତ୍ତ୍ୱେ ଧରାପଡୁନାହିଁ ସେହି ଜଙ୍ଗଲୀ ଜୀବ । ଗତକାଲି ଅଜଣା ଜନ୍ତୁକୁ ଧରିବା ପାଇଁ ଗ୍ରାମବାସୀ ଭଅଁରାଗଡ ଜଙ୍ଗଲକୁ ପଶିଥିଲେ । କିନ୍ତୁ ଜନ୍ତୁଟିର ସନ୍ଧାନ କରିପାରିନଥିଲେ । ଗତକାଲି ବିଳମ୍ବିତ ରାତିରେ ଅଜଣା ଜନ୍ତୁଟି  ପୁଣି ମେଣ୍ଢାଙ୍କୁ ହତ୍ୟା କରିଛି  । ବାହାରଣା ଗାଁରେ ଗତକାଲି ବିଳମ୍ବିତ ରାତ୍ରୀରେ ଅଜଣା ଜନ୍ତୁ  ୪ଟି ମେଣ୍ଢାକୁ ଆକ୍ରମଣ କରିଥିବାବେଳେ ୨ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ଟି ମେଣ୍ଢାଙ୍କ ତଣ୍ଟିକୁ କଣା କରି ଦେଇଛି । ଘଟଣାସ୍ଥଳରେ ଜନ୍ତୁର ପାଦ ଚିହ୍ନ ଚିହ୍ନଟ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here