Home Uncategorized ନିଆଳି ମେଣ୍ଢା ମଡକ ଘଟଣା- ଜନ୍ତୁକୁ ଧରିବା ପାଇଁ ଜଙ୍ଗଲରେ ପଶିଲେ ଗାଁ ଲୋକେ

ନିଆଳି ମେଣ୍ଢା ମଡକ ଘଟଣା- ଜନ୍ତୁକୁ ଧରିବା ପାଇଁ ଜଙ୍ଗଲରେ ପଶିଲେ ଗାଁ ଲୋକେ

0

କଟକ- ନିଆଳି ମେଣ୍ଢା ମୃତ୍ୟୁକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଅଜଣା ଜନ୍ତୁଙ୍କୁ ନେଇ ଆତଙ୍କ ଥମୁ ନାହିଁ । ଗତକାଲି ରାତିରେ ଅଜଣା ଜନ୍ତୁ ନୂଆଗାଁ ନାକଟାସାହି ଓ ଗୋବିନ୍ଦପଦାରେ ଆକ୍ରମଣ କରିଥିଲା ।  ଦୀର୍ଘ ଦିନ  ଧରି ବନବିଭାଗ ଜନ୍ତୁଟିକୁ ଧରିପାରୁ ନଥିବାରୁ ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି । ପ୍ରଶାସନ ଉପରେ ସ୍ଥାନୀୟ ଲୋକଙ୍କର ଭରସା ରହୁନାହିଁ । ଜନ୍ତୁକୁ ଧରିବା ପାଇଁ ଆଜି ନିଆଳି ଆମଣାକୁଦ ଜଙ୍ଗଲକୁ ପଶିଛନ୍ତି ଗାଁ ଲୋକେ । ଏହି ଜଙ୍ଗଲ ଭଁରାଗଡ ଜଙ୍ଗଲ ନିକଟରେ ରହିଛି । ଗାଁ ଲୋକେ ସଂଘବଦ୍ଧ ହୋଇ ହାତରେ ବାଡି ଠେଙ୍ଗା ଧରି ଜନ୍ତୁ ଖୋଜିବାରେ ଲାଗିପଡିଛନ୍ତି । ଲୋକେ କାମଧନ୍ଦା ଛାଡି ଜନ୍ତୁଟିକୁ ଖୋଜି ବାହାର କରିବା ପାଇଁ ଲାଗି ପଡିଛନ୍ତି।

LEAVE A REPLY

Please enter your comment!
Please enter your name here