Home Uncategorized ନିଯୁକ୍ତି ସ୍କାମ୍‌- ପ୍ଲେସ୍‌ମେଣ୍ଟ୍‌ ଡିନ୍ ରାଜକୁମାର ହୋତା ଗିରଫ, ଖୋଲିବ ଭାନୁମତି ପେଡି

ନିଯୁକ୍ତି ସ୍କାମ୍‌- ପ୍ଲେସ୍‌ମେଣ୍ଟ୍‌ ଡିନ୍ ରାଜକୁମାର ହୋତା ଗିରଫ, ଖୋଲିବ ଭାନୁମତି ପେଡି

0
ଭୁବନେଶ୍ୱର- ଫେକ୍ ପ୍ଲେସ୍‌ମେଣ୍ଟ୍‌ ଅଭିଯୋଗରେ ଆଇଟିଆର୍‌ ପ୍ଲେସ୍‌ମେଣ୍ଟ୍‌ ଡିନ୍ ରାଜକୁମାର ହୋତାଙ୍କୁ ଆଜି କମିଶନେରଟ୍ ପୋଲିସ୍ ଗିରଫ କରିଛି ।  ସୋଆ ରେଜିଷ୍ଟାର୍‌ଙ୍କ ଏଫ୍‌ଆଇଆର୍‌ ଆଧାରରେ ରାଜକୁମାରଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ୍ କମିଶନର୍ ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ପ୍ଲେସ୍‌ମେଣ୍ଟ୍ ଏଜେନ୍ସି ସହିତ ରାଜକୁମାରଙ୍କର ସମ୍ପର୍କ ଥିଲା ବୋଲି ଜଣାପଡିଛି । ତଦନ୍ତ ଚାଲିଛି, ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ଗିରଫ ହବା ପରେ ରାଜକୁମାର ଦୋଷ ଖସାଇବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଆଡୁ କୌଣସି ଅନିୟମିତତା ହୋଇନାହିଁ। ସେ ସିଧାସିଧି ଦୋଷ ଲଦି ଦେଇଥିଲେ ପ୍ଲେସ୍‌ମେଣ୍ଟ ଏଜେନ୍ସି ଉପରେ। ଫେକ୍‌ ପ୍ଲେସ୍‌ମେଣ୍ଟକୁ ନେଇ ଆଜି ଆମ୍ ଆଦ୍‌ମି ପାର୍ଟି ଏକ ପ୍ରେସ୍ ମିଟ୍ କରି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଥିବା ଆଇଟିଆର୍‌ ମାଲିକ ମନୋଜ ନାୟକଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲା। ଅପରପକ୍ଷରେ ଫେକ୍ ପ୍ଲେସ୍‌ମେଣ୍ଟ୍‌କୁ ନେଇ ଅନଶନରେ ବସିଥିବା ଛାତ୍ରଛାତ୍ରୀମାନ ଆଜି କୁଳପତି ପ୍ରତିଶ୍ରୁତି  ପରେ ଅନଶନରୁ ଓହରିଛନ୍ତି।