Home Uncategorized ନିର୍ବାଚନୀ ପାଣ୍ଠି ଅନିୟମିତତା ମାମଲା, ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

ନିର୍ବାଚନୀ ପାଣ୍ଠି ଅନିୟମିତତା ମାମଲା, ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

0

ଯାଜପୁର: ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାଜପୁର ବଡ଼ଚଣାରେ ଆଜି ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନୀ ପାଣ୍ଠି ଅନିୟମିତତା ପ୍ରସଙ୍ଗ ନେଇ ନବୀନଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଯଦି ବିଜେଡି ସତ କହୁଛି ତା ହେଲେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଉ । ଏହା ସହ ଧର୍ମେନ୍ଦ୍ର ୧୭ ବର୍ଷର ବିଜେଡିର ଶାସନକୁ ପରିବର୍ତ୍ତନ କରିବାକୁ ଲୋକଙ୍କୁ ଆହ୍ଵାନ କରିଛନ୍ତି ।
ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଭୁଲ ତଥ୍ୟ ଦେଇ ନିର୍ବାଚନ କମିଶନଙ୍କ ଉପରେ ଚାପ ପକାଉଛନ୍ତି ନବୀନ । ଏହି ପ୍ରସଙ୍ଗକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବ ବିଜେପି । ଆସନ୍ତା ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କରିବାକୁ ଧର୍ମେନ୍ଦ୍ର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
 
 
 

LEAVE A REPLY

Please enter your comment!
Please enter your name here