Home Uncategorized ନୂଆଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କରିବେ ଆଲୋଚନା

ନୂଆଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କରିବେ ଆଲୋଚନା

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ୬ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀରେ ପହଞ୍ଚି ସାରିଲେଣି । ଏହି ସମୟରେ ସେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ଭେଟ କରିବା ସହ ରାଜ୍ୟ ସମ୍ପର୍କରେ ଆଲୋଚନା କରିବେ ବୋଲି ଦିଲ୍ଲୀ ଗସ୍ତ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ  ଆସନ୍ତାକାଲି ଦିନ ୧୨ଟାରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଭେଟିବା ସହ ସଂଧ୍ୟା ୫ଟାରେ ରେଳମନ୍ତ୍ରୀ ପିୟୂଷ ଗୋୟେଲଙ୍କୁ ଭେଟିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here