Home ଓଡିଶା ନୂଆପଡା ହଳଦି ଗାଁରେ ପୁଣି ବାଘ ଆତଙ୍କ, ବାଘ ଆକ୍ରମଣରେ ୨ ଗୁରୁତର

ନୂଆପଡା ହଳଦି ଗାଁରେ ପୁଣି ବାଘ ଆତଙ୍କ, ବାଘ ଆକ୍ରମଣରେ ୨ ଗୁରୁତର

ନୂଆପଡା: ନୂଆପଡା ହଳଦି ଗାଁରେ ପୁଣି ବାଘ ଆତଙ୍କ ।  ଗତକାଲି ବିଳମ୍ବିତ ରାତିରେ ବାଘଟି ହଳଦି ଗାଁର ଦୁଇଜଣ ମହିଳାଙ୍କ ଉପରେ ଆକ୍ରମଣ କରିଛି । ହଳଦି ଗାଁର ଧାନଦେଇ ପାଣ୍ଡେ ଓ ଚାନ୍ଦିନୀ ପାଣ୍ଡେଙ୍କ ଉପରକୁ ବାଘ ଆକ୍ରମଣ କରିଛି । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଠାରେ ପ୍ରକାଶ ଥାଉ କି,  ଗତମାସ ଏକ କଲରାପତରିଆ ବାଘ ଗାଁର ଏକ ଚାରିବର୍ଷର ଶିଶୁକୁ ତାର ମା’ କୋଳରୁ ଉଠାଇ ନେଇଥିଲା । ପରେ ଶିଶୁଟିର ମୃତଦେହ ନିକଟସ୍ଥ ପାହାଡରୁ ମିଳିଥିଲା ।