Home Uncategorized ନୂଆ ବର୍ଷରେ କଳାକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ! ‘ମୁଖ୍ୟମନ୍ତ୍ରୀ କଳାକାର’ ଯୋଜନା ଘୋଷଣା କଲେ ନବୀନ

ନୂଆ ବର୍ଷରେ କଳାକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ! ‘ମୁଖ୍ୟମନ୍ତ୍ରୀ କଳାକାର’ ଯୋଜନା ଘୋଷଣା କଲେ ନବୀନ

0

ଭୁବନେଶ୍ୱର: ନୂଆବର୍ଷରେ କଳାକାରଙ୍କୁ ରାଜ୍ୟ ସରକାରଙ୍କ ଭେଟି । ରାଜ୍ୟ ସରକାର ଆରମ୍ଭ କଲେ ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ ।  ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର ଦିଗରେ କାର୍ଯ୍ୟରତ ୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଏହା ଘୋଷଣା କରିଛନ୍ତି । ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ଭାବରେ ନାମିତ ଏହି କାର୍ଯ୍ୟକ୍ରମରେ ୫୦ ହଜାର କଳାକାର ମାସିକ ୧୨ ଶହ ଟଙ୍କା ସହାୟତା ପାଇପାରିବେ । ବର୍ତ୍ତମାନ ରାଜ୍ୟରେ ମାତ୍ର ୪ ହଜାର କଳାକାର ଏହି ସହାୟତା ପାଉଛନ୍ତି । କଳାକାର ସହାୟତା ପାଇଁ ଆଗରୁ ପୁରୁଷ କଳାକାରଙ୍କ ବୟସ ୬୦ ବର୍ଷ ଓ ମହିଳା କଳାକାରଙ୍କ ବୟସ ୫୦ ବର୍ଷ ଥିବାବେଳେ ଏହାକୁ ହ୍ରାସ କରାଯାଇ ଯଥାକ୍ରମେ ୫୦ ଓ ୪୦ ବର୍ଷ କରାଯାଇଛି । ବୈଠକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ, ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠୀ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here