Home Uncategorized ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ଲୋକାର୍ପିତ, ତ୍ରିଶୂଳିଆଠାରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ଲୋକାର୍ପିତ, ତ୍ରିଶୂଳିଆଠାରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0

କଟକ : ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ କଟକ ତ୍ରିଶୁଳିଆ ସେତୁର ଉଦ୍‌ଘାଟନ କରିଛନ୍ତି ।  ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ସେତୁଟିକୁ ନାମିତ କରାଯାଇଛି । ଏହା ଓଡିଶାର ଦୀର୍ଘତମ ସେତୁ ହୋଇଥିବାବେଳେ ଏଥିଯୋଗୁଁ ଭୁବନେଶ୍ୱର ଓ କଟକ ମଧ୍ୟରେ ୧୨ କିଲୋମିଟର ଦୂରତା କମିଯାଇଛି ।
 
ଏହି ସେତୁଟିର ଗତ ୨୦୧୧ ମସିହାରେ ଶିଳାନ୍ୟାସ ହୋଇଥିବାବେଳେ ସାଢେ ୬ ବର୍ଷର ବ୍ୟବଧାନ ପରେ ଆଜି ଏହାକୁ ଉଦଘାଟନ କରାଯାଇଛି । ଏହି ସେତୁଟି କାଠଯୋଡି ନଦୀ ଉପରେ ପ୍ରାୟ ୩ କିଲୋମିଟର ପରିବ୍ୟାପ୍ତ ୩ ଲେନ ବିଶିଷ୍ଟ ରହିଛି ।
 ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ସେତୁ । 

LEAVE A REPLY

Please enter your comment!
Please enter your name here