Home ଦେଶ ବିଦେଶ ନୌସେନାରେ ସାମିଲ ହେଲା ପରମାଣୁ ଶକ୍ତି ସମ୍ପନ୍ନ ବୁଡାଜାହାଜ ଆଇଏନଏସ୍ କରଞ୍ଜ

ନୌସେନାରେ ସାମିଲ ହେଲା ପରମାଣୁ ଶକ୍ତି ସମ୍ପନ୍ନ ବୁଡାଜାହାଜ ଆଇଏନଏସ୍ କରଞ୍ଜ

0
ମୁମ୍ବଇ : ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଆଇଏନଏସ୍ କରଞ୍ଜ । ଏହି ସ୍କୋର୍ପିୟନ୍ ଶ୍ରେଣୀୟ ବୁଡ଼ାଜାହାଜକୁ ମୁମ୍ବାଇର ମଡଗାୱଁ ଡକରେ ନୌସେନାରେ ସାମିଲ କରାଯାଇଛି । କରଞ୍ଜକୁ ମେକ ଇନ୍ ଇଣ୍ଡିଆ ପ୍ରୋଜେକ୍ଟ ଆଧାରରେ ନିର୍ମାଣ କରାଯାଇଛି । କଲବରୀ ଓ ଖଂଣ୍ଡେରୀ ପରେ ଏହା ତୃତୀୟ ବୁଡାଜାହାଜ ଭାବେ ନୌସେନାରେ ସାମିଲ ହୋଇଛି । କରଞ୍ଜ ସାମିଲ ହେବା ପରେ ଭାରତୀୟ ନୌସେନାର ଶକ୍ତିି ବୃଦ୍ଧି ପାଇଛି । ମୁମ୍ବଇସ୍ଥିତ ମାଜାଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସ ଲିମିଟେଡ୍‌ଠାରେ ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପୂର୍ବରୁ ୧୯୬୯ ସେପ୍ଟେମ୍ବର ୪ରେ ପ୍ରଥମଥର ଲାଗି ନୌସେନାରେ ସାମିଲ ହୋଇଥିବା ଏହି ବୁଡାଜାହାଜଟି ୩୪ ବର୍ଷ ସେବା ପ୍ରଦାନ କରିବା ପରେ ୨୦୦୩ ଅଗଷ୍ଟ ୧ରେ ଅବସର ନେଇଥିଲା । ୧୯୭୧ ଅଭିଯାନରେ ଏହା ସାମିଲ ଥିଲା । ନବୀକରଣ ପରେ ଏହା ପୁନଃ ନୌସେନାରେ ସାମିଲ ହୋଇଛି । ଆଇଏନ୍‌ଏସ୍‌ କରଞ୍ଜ ଜଳଭାଗ ଛୁଇଁବା ପୂର୍ବରୁ ଅଥର୍ବ ବେଦର ଶ୍ଲୋକ ପାଠ କରାଯାଇଥିଲା । ଜଳପୃଷ୍ଠ ଉପରେ ଭାସମାନ ଅବସ୍ଥାରେ ଅଥବା ଅଧା ବୁଡିରହି ଶତ୍ରୁ ଉପରେ ଆକ୍ରମଣ କରିବାର କ୍ଷମତା ଏହାର ରହିଛି । ଏ ନେଇ ୬୭.୫ ମିଟର ଲମ୍ବ ଏବଂ ୧୨.୩ ମିଟର ଉଚ୍ଚତା ବିଶିଷ୍ଟ ଏହି ବୁଡାଜାହାଜରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍କୋର୍ପିୟନ୍ ଶ୍ରେଣୀୟ ପ୍ରଥମ ବୁଡାଜାହାଜ ଆଇଏନ୍‌ଏସ୍‌ କଲବରୀକୁ ୨୦୧୭ ଡିସେମ୍ବରରେ ମୁମ୍ବଇଠାରେ ନୌସେନାରେ ସାମିଲ କରାଯାଇଥିଲା । ଏହି ବର୍ଗର ଦ୍ୱିତୀୟ ବୁଡାଜାହାଜ ଆଇଏନ୍‌ଏସ୍‌ ଖାନେ୍ଦରିର ସାମୁଦ୍ରିକ ପରୀକ୍ଷା ଶେଷ ହୋଇଛି । ୨୦୨୦ ସୁଦ୍ଧା ଆଉ ୩ଟି ସ୍କୋର୍ପିୟନ୍ ଶ୍ରେଣୀୟ ବୁଡାଜାହାଜକୁ ନୌସେନାରେ ସାମିଲ କରାଯିବାର ଯୋଜନା ରହିଛି ।