Home Uncategorized ନୟାଗଡ଼କୁ ଗଡିଲା ଟ୍ରେନ୍‌

ନୟାଗଡ଼କୁ ଗଡିଲା ଟ୍ରେନ୍‌

0
ନୟାଗଡ଼: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ନୟାଗଡ଼ ଟାଉନକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍ । ନୂଆଦିଲ୍ଲୀ ରେଲୱେ ଭବନରୁ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟ୍ରେନ୍ ସେବାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ସୁରେଶ ପ୍ରଭୁ । ଉଦଘାଟନୀ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ସାଂସଦ ପ୍ରସନ୍ନ ପାଟ୍ଟଶାଣୀ  ଓ ପୂବର୍ତଟ ରେଳପଥର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ନୟାଗଡ ଷ୍ଟେସନରେ ଏଥିପାଇଁ ସ୍ୱତନ୍ତ୍ର ଉଦ୍‌ଘାଟନୀ ଉତ୍ସବର ମଧ୍ୟ ଆୟୋଜନ କରାଯାଇଛି । ଏବେ ନୟାଗଡକୁ ନିୟମିତ ଗଡିବ ଦୁଇଟି ଟ୍ରେନ୍ । ପୂର୍ବରୁ ଖୋର୍ଦ୍ଧାରୋଡରୁ ବୋଲଗଡ଼ ରୋଡ୍ ପର୍ଯ୍ୟନ୍ତ ଚାଲୁଥିବା ପାସେଞ୍ଜର ଟ୍ରେନ୍‌କୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ସଂପ୍ରାସରଣ କରାଯାଇଛି । ଆଜି ନୂଆ ଟ୍ରେନ୍ ସେବା ସହ ନୟାଗଡ଼ ଷ୍ଟେସନ ଓ ବୋଲଗଡ଼ ପ୍ୟାସେଞ୍ଜର ହଲ୍ଟ ମଧ୍ୟ ଉଦ୍‌ଘାଟନ କରାଯାଇଛି । ଆଜିଠୁ ନୟାଗଡ଼କୁ ନିୟମିତ ଟ୍ରେନ ଚଳାଚଳ ଶୁଭାରମ୍ଭକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ସମଗ୍ର ନୟାଗଡବାସୀ। ଏହି ରେଳ ସଂଯୋଗ ଦ୍ୱାରା ନୟାଗଡ ଜିଲ୍ଲାର ଆର୍ଥିକ, ସାମାଜିକ, ବ୍ୟବସାୟିକ ତଥା ସାଂସ୍କୃତିକ ଭିତ୍ତିଭୂମିର ବିକାଶ ଘଟିବ । ଖୋର୍ଦ୍ଧା ନୟାଗଡ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ କରିଥିବାବେଳେ କେବେ ଏହା ବଲାଙ୍ଗିରରେ ପହଞ୍ଚିବ ତାହାକୁ ସମସ୍ତେ ପ୍ରତୀକ୍ଷା କରି ରହିଛନ୍ତି।