Home Uncategorized ନୟାଗଡ଼: ମିନି ଟ୍ରକ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ, ଟ୍ରକ୍‌ରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ

ନୟାଗଡ଼: ମିନି ଟ୍ରକ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ, ଟ୍ରକ୍‌ରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ

0

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଡ଼ବାଣିକିଲୋ ଗାଁରେ ମିନି ଟ୍ରକ୍ ଧକ୍କାରେ ଜଣେ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ହେବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ସକାଳେ ଏକ  ମାଙ୍କଡ଼ା ପଥର ବୋଝେଇ ମିନିଟ୍ରକ ଧକ୍କାରେ  ଗଡ଼ବାଣିକିଲୋ ୟୁଜିଏମଇ ସ୍କୁଲର ୬ଷ୍ଠ ଶ୍ରେଣୀ ଛାତ୍ର ସ୍ମୃତିରଞ୍ଜନ ବେହେରାଙ୍କର ମୃତ୍ୟୁ ଘଟିଛି ।  ସ୍ମୃତି ସାଇକେଲ ଯୋଗେ ସ୍କୁଲକୁ ଯାଉଥିବା ବେଳେ  ମିନିଟ୍ରକଟି ତାଙ୍କୁୁ ଧକ୍କା ଦେଇଥିିଲା । ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ ଉତ୍ତ୍ୟକ୍ତ ଲୋକେ  ଦୁର୍ଘଟଣା ଘଟାଇଥିବା ମିନିଟ୍ରକରେ ନିଆଁ ଲଗାଇ ଦେଇଛନ୍ତି । କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here