ଭୁବନେଶ୍ୱର ଲୋୟର ପିଏମଜି ଛକଠାରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବା ପଞ୍ଚାୟତସମିତି ସଭ୍ୟଓ ସଭ୍ୟା ମହାସଂଘର କର୍ମକର୍ତ୍ତା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି I ବିଧାନସଭା ଘେରାଉ କରିବାକୁ ଯିବା ସମୟରେ ସମିତି ସଭ୍ୟ ସଂଘ କର୍ମକର୍ତାଙ୍କୁ ପୋଲିସ ଘଉଡାଇବାକୁ ଚେଷ୍ଟା କରିଥିଲା । ଫଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ I ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଲାଠିମାଡ କରିବା ଦ୍ୱାରା ସମିତି ସଭ୍ୟମାନେ ଛତ୍ରଭଂଗ ଦେଇଛନ୍ତି I ପୁଲିସ ଲାଠିମାଡ଼ରେ ମହାସଂଘର ୫ ଜଣ ସଦସ୍ୟ ଆହତ ହୋଇଛନ୍ତି।