Home ଦେଶ ବିଦେଶ ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହା

ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହା


ନୂଆଦିଲ୍ଲୀ: ପବିତ୍ର ରଥଯାତ୍ରା ଅବସରରେ ଟ୍ବିଟ୍‌ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଭଗବାନ ଜଗନ୍ନାଥଙ୍କ ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୋର ଏହା କାମନା କି ଶ୍ରଦ୍ଧା ଆଉ ଭକ୍ତିରେ ଭରା ଏହି ରଥଯାତ୍ରା ଦେଶବାସୀଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଓ ଆରୋଗ୍ୟ ଭରି‌ ଦେଉ। ଜୟ ଜଗନ୍ନାଥ।’

ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ପବିତ୍ର ରଥଯାତ୍ରୀ ଅବସରରେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଆକାଉଣ୍ଟ୍‌ରେ ଟ୍ବିଟ୍‌‌ କରି ଲେଖିଛନ୍ତି, ‘ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ସଭିଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ ଏବଂ ସମୃଦ୍ଧି ଆଣିଦେଉ l ଜୟ ଜଗନ୍ନାଥ !’