Home Uncategorized ପରଲୋକରେ କଂଗ୍ରେସ ବିଧାୟକ ସୁବଳ ସାହୁ

ପରଲୋକରେ କଂଗ୍ରେସ ବିଧାୟକ ସୁବଳ ସାହୁ

0

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ବିଜେପୁର ବିଧାୟକ ସୁବଳ ସାହୁଙ୍କର ଆଜି ସକାଳେ ପରଲୋକ ହୋଇଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଗତ ୮ ମାସ ପୂର୍ବେ ସେ ଅର୍ଶ ରୋଗରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସା ହେଉଥିଲେ । ପରେ ଏହି ରୋଗ କ୍ୟାନସରର ରୂପ ନେଇଥିଲା । ମୃତ୍ୟୁବେଳେ ଶ୍ରୀ ସାହୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ରୀ ସାହୁ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । କ୍ରମାଗତ ତିନିଥର ସେ ବିଜେପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।    ୧୯୬୧ ମସିହା  ମାର୍ଚ୍ଚ ମାସ ୧୧ ତାରିଖରେ  ବରପାଲି ଠାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସାହୁ ନିଜର ଅମାୟିକ ବ୍ୟବହାର ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀରେ ବେଶ୍ ଲୋକପ୍ରିୟ ଥିଲେ । ଶ୍ରୀ ସାହୁ  ତାଙ୍କର ଲୋକପ୍ରିୟତା ପାଇଁ ସାରା ରାଜ୍ୟରେ ବିଜେଡି ନିଜ ଦବଦବା ଦେଖାଇଥିବା ବେଳେ ସେ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ସେ ବିଭିନ୍ନ ସମୟରେ ବିଧାନସଭା ଲାଇବ୍ରେରୀ କମିଟି, ଷ୍ଟାଡିଂ କମିଟି, ଓଡିଶା ଏକ୍ସାଇଜ ବିଲ ର ସିଲେକ୍ଟ କମିଟି ସଦସ୍ୟ ମଧ୍ୟ ରହିଥିଲେ । ବଲାଙ୍ଗୀର କଲେଜରୁ ଏଲଏଲବି ପାସ କରି ଆଇନଜୀବୀ ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ ।

ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here