Home Uncategorized ପର୍ଯ୍ୟବେକ୍ଷକଙ୍କୁ ଭେଟିବା ପୂର୍ବରୁ ନରସିଂହଙ୍କ ଘରେ ବିଧାୟକଙ୍କ ମେଳି

ପର୍ଯ୍ୟବେକ୍ଷକଙ୍କୁ ଭେଟିବା ପୂର୍ବରୁ ନରସିଂହଙ୍କ ଘରେ ବିଧାୟକଙ୍କ ମେଳି

0

ଭୁବନେଶ୍ଵର: ଦଳର ସ୍ଥିତି ପରଖିଥିବା ପାଇଁ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଓଡ଼ିଶା ଆସିଛନ୍ତି କଂଗ୍ରେସ ପର୍ଯ୍ୟବେକ୍ଷକ ଟିମ୍ । ଏହି ଟିମ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତା, ବିଧାୟକ ଓ ଛାମୁଆ ସଂଗଠନର ନେତାଙ୍କ ସହ ମିଶି ରାଜ୍ୟରେ ଦଳର ସ୍ଥିତି ନେଇ ଆଲୋଚନା କରୁଛନ୍ତି । ଦଳ କାହିଁକି ଦୁର୍ବଳ ହେଉଛି, ଏହାର କାରଣ କଣ ଏବଂ କାହାକୁ ନେତୃତ୍ଵ ଦେଲେ ଦଳ ମଜଭୁତ ହେବ ସେ  ନେଇ ପର୍ଯ୍ୟବେକ୍ଷକ ଦଳ ସମୀକ୍ଷା କରୁଛନ୍ତି ।
ପିସିସି ଚୌକି କଳି ପାଇଁ ଜାରି ରହିଥିବା ମାନସ ମନ୍ଥନର ଆଜି ହେଉଛି ଶେଷ ଦିନ । ଏହା ସହ ସନ୍ଧ୍ୟା ୫ଟାରେ ହେବାକୁ ଥିବା ପିସିସିର ସମନ୍ଵୟ ବୈଠକରେ ପର୍ଯ୍ୟବେକ୍ଷକ  ଟିମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମାତ୍ର  ପର୍ଯ୍ୟବେକ୍ଷକଙ୍କୁ ଭେଟିବା ପୂର୍ବରୁ କଂଗ୍ରେସ ବିଧାୟକମାନେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ମେଳି କରିଛନ୍ତି । ଏଥିରେ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ଵାଳ ମଧ୍ୟ ସାମିଲ ଥିଲେ । ଅାଲୋଚନା ପରେ ବିଧାୟକ ସୁବଳ ସାହୁଙ୍କୁ ଛାଡ଼ି ସବୁ ବିଧାୟକ କଂଗ୍ରେସ ଭବନରେ ପହଞ୍ଚିଛନ୍ତି । ଗତକାଲି ହୋଇଥିବା ବୈଠକରେ ଗୋଟିଏ ଗୋଷ୍ଠୀ ପ୍ରସାଦ ହରିଚନ୍ଦରନଙ୍କୁ ପିସିସି ସଭାପତି ନେଇ ଦାବି କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ନିରଞ୍ଜନଙ୍କ ସପକ୍ଷରେ ମତ ରଖିଛନ୍ତି ।
 
 
 

LEAVE A REPLY

Please enter your comment!
Please enter your name here