Home Uncategorized ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତିର ଶୁଭାରମ୍ଭ କରିବେ ରାଷ୍ଟ୍ରପତି

ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତିର ଶୁଭାରମ୍ଭ କରିବେ ରାଷ୍ଟ୍ରପତି

0
ଭୁବନେଶ୍ୱର- ଇତିହାସ ପ୍ରସିଦ୍ଧ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀରେ ଏକ ଉତ୍ସବର ଆୟୋଜନ କରାଯିବ। ଏହି ଉତ୍ସବର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ଏନେଇ ସମ୍ମତି ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏହି ଉତ୍ସବ ପାଇଁ ଗୋଟିଏ କମିଟି ଗଠନ ହୋଇଛି । ଏହି କମିଟିରେ ୫ ଜଣ ସଦସ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ସଂସ୍କୃତି ସଚିବ ମନୋରଞ୍ଜନ  ପାଣିଗ୍ରାହୀ, ବିଶ୍ୱଭୂଷଣ ହରିଚନ୍ଦନ ଓ ହରପ୍ରସାଦ ଦାସ ଏହି କମିଟିରେ ସଦସ୍ୟ ଅଛନ୍ତି।