Home ଓଡିଶା ପାଟକୁରା ବିଜେପି ମିଶ୍ରଣ ପର୍ବରେ ଉତ୍ତେଜନା ; ଦୁଇ ଗୋଷ୍ଠୀ ମୁହାଁମହିଁ

ପାଟକୁରା ବିଜେପି ମିଶ୍ରଣ ପର୍ବରେ ଉତ୍ତେଜନା ; ଦୁଇ ଗୋଷ୍ଠୀ ମୁହାଁମହିଁ

ପାଟକୁରା: ବିଜେପି ମିଶ୍ରଣ ପର୍ବରେ ମୁହାଁମୁହିଁ ।  କେନ୍ଦ୍ରାପଡା ଜିଲ୍ଲା ପାଟକୁରାର ଗରଦପୁରରେ ବିଜେପିର ମିଶ୍ରଣ ପର୍ବରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ମିଶ୍ରଣ ପର୍ବକୁ ଆସିଥିବା କର୍ମୀଙ୍କୁ ଘଉଡାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସମର୍ଥକ । ଏହା ସହ ସେମାନେ ମଂଚକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ବିଜୟ ମହାପାତ୍ରଙ୍କ ସମର୍ଥକଙ୍କ ସହ ବିଜେପିର ଅନ୍ୟ ଗୋଷ୍ଠୀର ସମର୍ଥକଙ୍କ ଜୋରଦାର ଗଣ୍ଡଗୋଳ ହୋଇଛି । ଫଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।  ଏହି ମିଶ୍ରଣ ପର୍ବରେ ବିଜୟ ମହାପାତ୍ରଙ୍କୁ ଡକାଯାଇ ନ ଥିବାରୁ ତାଙ୍କ ସମର୍ଥକମାନେ ଗଣ୍ଡଗୋଳ କରିଥିଲେ । ସୂଚନା ଅନୁଯାୟୀ, ଭାଜପାର ଉତ୍କଳ କେଶରୀ ପରିଡାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଏହି ସଭାର ଆୟୋଜନ କରିଥିଲେ । ଏଥିରେ ବିଜୟ ମହାପାତ୍ରଙ୍କୁ ଅଣଦେଖା କରାଯାଇଥିବାରୁ ବ୍ଲକ ଛକଠାରେ ଆୟୋଜିତ ରାଲିରେ ପ୍ରଥମେ ତାଙ୍କ ସମର୍ଥକମାନେ ଗଣ୍ଡଗୋଳ କରିଥିଲେ । ପରେ ସଭାସ୍ଥଳକୁ ଯାଇ ସଭାକୁ ଭାଙ୍ଗିଦେଇଥିଲେ ।