Home ଅପରାଧ ପାରାଦୀପରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୂର୍ଯ୍ୟକାନ୍ତ ସ୍ୱାଇଁ ଆହତ

ପାରାଦୀପରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୂର୍ଯ୍ୟକାନ୍ତ ସ୍ୱାଇଁ ଆହତ

0
ପାରାଦୀପ: ପାରାଦୀପ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଲକ୍‌ ଥାନା ପୋଲିସ ପାରାଦୀପରେ ଥିବା ପ୍ଲାଷ୍ଟିକ୍‌ ପାର୍କ ନିକଟରେ ଏନକାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୂର୍ଯ୍ୟକାନ୍ତ ସ୍ୱାଇଁ ଗୁରୁତର ଆହତ ହୋଇଛି । ଅନ୍ୟ ୨ ଅପରାଧୀ ଫେରାର ରହିଥିବାବେଳେ ଜଣେ ପୋଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି । ସୂର୍ଯ୍ୟକାନ୍ତ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ତାକୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।  ଏନକାଉଣ୍ଟରବେଳେ ତା ନିକଟରୁ କୋଟିଏ ଦେଶୀ ବନ୍ଧୁକ ଓ ବୁଲେଟ ପୋଲିସ ଜବତ କରିଛି । ସୂର୍ଯ୍ୟକାନ୍ତ ନାଁରେ ଏକାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ । ।