Home Uncategorized ପିପିଲି ଟୋଲଗେଟରେ ମଧ୍ୟପ୍ରଦେଶର ମହିଳା ସାଂସଦଙ୍କୁ ର୍ଦୁବ୍ୟବହାର ଅଭିଯୋଗ

ପିପିଲି ଟୋଲଗେଟରେ ମଧ୍ୟପ୍ରଦେଶର ମହିଳା ସାଂସଦଙ୍କୁ ର୍ଦୁବ୍ୟବହାର ଅଭିଯୋଗ

0

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶ ସାଂସଦ ସାବିତ୍ରୀ ଠାକୁରଙ୍କୁ ପିପିଲି ଟୋଲଗେଟ୍‌ କର୍ମଚାରୀମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶର ଧାର୍ ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ସାବିତ୍ରୀ ଠାକୁରଙ୍କୁ ପିପିଲି ଟୋଲଗେଟ ଠାରେ କେତେକ କର୍ମଚାରୀ ର୍ଦୁବ୍ୟବହାର ପ୍ରଦର୍ଶନ କରିଛନ୍ତି । ଏହାକୁ ନେଇ ସୋମବାର ପୂର୍ବାହ୍ନରେ ଟୋଲଗେଟ ସମ୍ମୁଖରେ ଉତ୍ତେଜନା ଦେଖାଯିବା ସହ ବିଜେପି ନେତାମାନେ ଟୋଲଗେଟକୁ ବନ୍ଦ କରି ଦେଇଥିଲେ । ଫଳରେ ଦୀର୍ଘ ଏକ ଘଣ୍ଟାକାଳ ସେଠାରେ ଶହ ଶହ ଗାଡିମୋଟର ଅଟକି ରହିଥିଲା । ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ବିଜେପି ନେତା ଓ କର୍ମୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିଲା । ପରେ ଭୁବନେଶ୍ୱର ଏନ୍ଏଚ୍ଏଆଇର ଜଣେ ଅଧିକାରୀ ସେଠାରେ ପହଞ୍ଚି ଏଥିପାଇଁ ଟୋଲ୍ ମ୍ୟାନେଜର ସହ ମହିଳା ସାଂସଦଙ୍କୁ କ୍ଷମା ମାଗିଥିବା ବେଳେ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ଅଭିଯୁକ୍ତ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ମୌଖିକ ଭାବେ ସାଂସଦଙ୍କୁ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୋଲିସ ଏହି ଘଟଣାରେ ଜଣେ ଟୋଲ୍ କର୍ମଚାରୀଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।

 

LEAVE A REPLY

Please enter your comment!
Please enter your name here