Home ଓଡିଶା ପିପିଲି ବିଧାୟକ ପ୍ରଦୀପ ମହାରଥୀ କରୋନା ପଜିଟିଭ

ପିପିଲି ବିଧାୟକ ପ୍ରଦୀପ ମହାରଥୀ କରୋନା ପଜିଟିଭ


ଭୁବନେଶ୍ୱର ୧୫।୦୯: ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ପଜିଟିଭ । ପିପିଲ ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ୍‌ ମିଡିଆ ଜରିଆରେ ସୂଚନା ଦେଇଛନ୍ତି 

ପିପିଲି ବିଧାୟକ ପ୍ରଦୀପ ମହାରଥୀ ନିଜେ ସୋସିଆଲ ମିଡିଆରେକରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ଏହାସହିତ ଗତକିଛି ଦିନ ତଳେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ନିଜର ଟେଷ୍ଟ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।

ଆଗକୁ ବିଧାନସଭା ଅଧିବେଶନ ଆସୁଛି । ଏହାପୂର୍ବରୁ ଅନେକ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି । ଯେପରି ପୂର୍ବରୁ ସୁଶାନ୍ତ ସିଂହ, ପଦ୍ମୀନି ଦିଆନ,ଟୁକୁନି ସାହୁ, ସମୀର ରଞ୍ଜନ ଦାସ । ଆଉ ଏବେ ପିପିଲି ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ହୋଇଛନ୍ତି ।