Home Uncategorized ପୁଣି ଅନଶନରେ ବସିବେ ଆନ୍ନା । ଲୋକପାଳ ବିଲ୍ ଓ ଲୋକାୟୁକ୍ତ ନିଯୁକ୍ତିରେ...

ପୁଣି ଅନଶନରେ ବସିବେ ଆନ୍ନା । ଲୋକପାଳ ବିଲ୍ ଓ ଲୋକାୟୁକ୍ତ ନିଯୁକ୍ତିରେ ବିଫଳ ପ୍ରତିବାଦରେ ବସିବେ ଅନଶନରେ ।

0
ପୁଣି ଆମରଣ ଅନଶନରେ ବସିବେ ସମାଜିକ କର୍ମୀ ଆନ୍ନା ହଜାରେ । ଏ ନେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆନ୍ନା । କେନ୍ଦ୍ର ସରକାରଙ୍କ ଲୋକପାଳ ବିଲ୍ ଓ ଲୋକୟୁକ୍ତ ନିଯୁକ୍ତି ପ୍ରତିବାଦରେ ଆମରଣ ଅନଶନରେ ବସିବେ ଆନ୍ନା । ଆନ୍ନା ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଲିଖିତ ଭାବେ ଏହି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରା କରିପାରି ନାହାନ୍ତି । ପ୍ରତିଶ୍ରୁତି ପୂର୍ବରୁ ସେ ଦିଲ୍ଲୀର ରାମଲୀଳା ପଡ଼ିଆରେ ନିଜେ ଆମରଣ ଅନଶନରେ ବସିଥିଲେ । ତେବେ ଏନେଇ ଆନ୍ନା ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ସେଥିରେ ସେ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଜଣାପଡିଛି । ସେ ଲେଖିଛନ୍ତି ଯେ, ଏହି ଲୋକପାଳ ବିଲ୍ ପାଇଁ ଓ ଲୋକାୟୁକ୍ତ ନିଯୁକ୍ତ ଦାବି କରି ସାରା ଦେଶ ୨୦୧୧ ଅଗଷ୍ଟ ୧୬ରେ ରାଜରାସ୍ତାକୁ ଓହ୍ଲାଇଥିଲା । ଯାହା ଫଳରେ ସରକାର ପରିବର୍ତ୍ତନ ହୋଇଥିଲା । ଏହା ସହ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ୪ ବର୍ଷ ଶେଷ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ଲୋକପାଳ ବିଲ୍ ଓ ଲୋକାୟୁକ୍ତ ନିଯୁକ୍ତି କଥା ଉଠାଇନାହାନ୍ତି ସରକାର । ଏହାର ପ୍ରତିବାଦରେ ଆଗାମୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ରାଲେଗାଓ ସିଦ୍ଧିରେ ଆନ୍ନା ଆମରଣ ଅନଶନ କରିବେ ବୋଲି ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି ।