Home Uncategorized ପୁଣି ଅଶାନ୍ତ ବାଣୀବିହାର, ଛାତ୍ରୀ ନିବାସ ଉପରେ ଦୁର୍ବୃତ୍ତଙ୍କ ବୋମାମାଡ଼, ବୋମାମାଡ଼ ପରେ ୧୪୪ ଧାରା...

ପୁଣି ଅଶାନ୍ତ ବାଣୀବିହାର, ଛାତ୍ରୀ ନିବାସ ଉପରେ ଦୁର୍ବୃତ୍ତଙ୍କ ବୋମାମାଡ଼, ବୋମାମାଡ଼ ପରେ ୧୪୪ ଧାରା ଜାରି

0

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଆଉ ଅଳ୍ପ ଦିନ ଥିବା ବେଳେ ଅଶାନ୍ତ ହୋଇପଡିଛି ବାଣୀବିହାର ପରିସର ।  ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ ଉପରକୁ ବୋମାମାଡ଼ ହୋଇଛି । ୫ ନମ୍ବର ଛାତ୍ରୀ ନିବାସରେ ବୋମାମାଡ଼ ହେବା ପରେ ଛାତ୍ରୀମାନେ ଭୟଭୀତ ହୋଇ ଯାଇଛନ୍ତି । ଦୁଇ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । କ୍ୟାମ୍ପସ ପରିସରରେ ପୋଲିସ କମିଶନର ଓ ବରିଷ୍ଠ ପୋଲିସ୍‌ ଅଧିକାରୀ ଉପସ୍ଥିତ ଅଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ୪ପ୍ଲାଟୁନ ପୋଲିସ କ୍ୟାମ୍ପସ ପରିସରରେ  ମୁତୟନ କରାଯାଇଛି ।

ଇତିମଧ୍ୟରେ ବାଣୀବିହାର ପରିସରରେ ୧୪୪ ଧାରା ଜାରି ହୋଇଛି । ବାଣୀବିହାରର ସମସ୍ତ ଫାଟକ ନିକଟରେ ୧୪୪ ଧାରା ଜାରି ହୋଇଛି । ସମସ୍ତଙ୍କୁ ଫାଟକ ନିକଟରୁ ବାହାର କଲା ପୋଲିସ୍ । ଏପଟେ ଭୟରେ କେତେକ ଛାତ୍ରଛାତ୍ରୀ ହଷ୍ଟେଲ ଛାଡୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here