Home Uncategorized ପୁଣି ରେଭେନ୍ସାରେ ରାଗିଂ ଅଭିଯୋଗ,ଜୁନିୟରଙ୍କୁ ଆଣ୍ଠେଇବା ସହ ଗୋଇଠା ମାରିଲେ ସିନିୟର୍

ପୁଣି ରେଭେନ୍ସାରେ ରାଗିଂ ଅଭିଯୋଗ,ଜୁନିୟରଙ୍କୁ ଆଣ୍ଠେଇବା ସହ ଗୋଇଠା ମାରିଲେ ସିନିୟର୍

0

କଟକ : କଲେଜ ପରିସରରେ ଜଣେ ଛାତ୍ରଙ୍କୁ ରାଗିଂ କରିବାର ଦୃଶ୍ୟ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।  ୫୦ ସେକେଣ୍ଡର ଏହି ଭିଡିଓରେ ୭ରୁ ୮ଜଣ ସିନିୟର ଛାତ୍ର ଜଣେ ଜୁନିୟର ଛାତ୍ରଙ୍କୁ ଆଣ୍ଠେଇ ଦେଇ ଗୋଇଠା ମାରୁଥିବାର ଦେଖାଯାଇଛି । ଏଭଳି ଏକ ଅମାନବୀୟ ଘଟଣା ରାଜ୍ୟର  ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ରେଭେନ୍ସା ପରିସରରେ ଘଟିଛି ।

ଗଣମାଧ୍ୟମକୁ ସୂଚନା ଦେଇ ପୀଡିତ ଛାତ୍ର ଜଣକ କହିଛନ୍ତି ଯେ, “ଆଜି ଦିନ ସାଢ଼େ ୧୨ଟାରେ ଘଟିଛି ଏମିତି ଘଟଣା । ପୀଡିତ ଛାତ୍ର ଜଣକ ରେଭେନ୍ସାରୁ ଯୁକ୍ତ ଦୁଇ ପାସ୍‌ କରିଛନ୍ତି । ସେ ଯୁକ୍ତ ତିନିରେ ନାମ ଲେଖାଇବା ପାଇଁ ଆବେଦନ କରିଛନ୍ତି । ଆଜି ପୀଡିତ ଛାତ୍ର ଜଣକ ମେରିଟ୍‌ ଲିଷ୍ଟ ଦେଖି ଫେରୁଥିବାବେଳେ ରେଭେନ୍ସାର କିଛି ସିନିୟର ଛାତ୍ର ତାଙ୍କୁ ଲଳିତଗିରି ହଷ୍ଟେଲକୁ ଘୋଷାଡି ନେଇଥିଲେ । ଏହାପରେ ତାଙ୍କୁ ଆଣ୍ଠେଇ ଦେଇ ଗୋଇଠା ମାରିଥିଲେ ଆଗରୁ ରାଗ ରଖିଥିବା ଜଣେ ସିନିୟର୍‌ ଛାତ୍ର ।’’

୨୦୧୫ରେ ରେଭେନ୍ସାରେ ସେ ଯୁକ୍ତ ଦୁଇ ପଢ଼ୁଥିବାବେଳେ ତାଙ୍କୁ ସେହି ସିନିୟର ଛାତ୍ର ଜଣକ ରାଗିଂ କରିଥିଲେ । ପୀଡିତ ଛାତ୍ର ଜଣକ ଏନେଇ ଅଭିଯୋଗ କରିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏଘଟଣାକୁ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ଅଭିଯୋଗ କରିଥିବା ଛାତ୍ରଙ୍କ ଉପରେ ରାଗ ରଖିଥିଲେ ସଂପୃକ୍ତ ସିନିୟର୍ ଛାତ୍ର । ଅଭିଯୁକ୍ତମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଉପରେ ଆଜି ଏଭଳି ଅତ୍ୟାଚାର କରିଛନ୍ତି  ବୋଲି ପୀଡିତ ଛାତ୍ର ଜଣକ କହିଛନ୍ତି । ଆଜିର ଏଘଟଣାକୁ ନେଇ ପୀଡିତ ଛାତ୍ର ଜଣକ ମାଲଗୋଦାମ ଥାନାରେ ଲିଖିତ  ଅଭିଯୋଗ କରିଛନ୍ତି ।

ସୋସିଆଲ ମିଡିଆରେ ରାଗିଂ ଭିଡିଓ ଭାଇରାଲ୍ ହେବା ପରେ ରେଭେନ୍ସା କୁଳପତି ପ୍ରକାଶ ଷଡଙ୍ଗୀ କହିଛନ୍ତି ଯେ, “ଭାଇରାଲ ହୋଇଥିବା ଭିଡିଓକୁ  ମୁଁ ଏଯାବତ ଦେଖିନାହିଁ । ଏହା ରାଗିଂ ନୁହେଁ, ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇପାରେ । ଘଟଣାସ୍ଥଳଟି ରେଭେନ୍ସାର କି ନୁହେଁ ସ୍ପଷ୍ଟ ହୋଇନି । ରାଗିଂ ନେଇ ଅଭିଯୋଗ ଆସିଲେ, କାର୍ଯ୍ୟାନୁଷ୍ଠାନ ହେବ।”

LEAVE A REPLY

Please enter your comment!
Please enter your name here