Home ଅପରାଧ ପୁଣି ଲଜ୍ଜା ! ଭଞ୍ଜନଗରରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ପୁଣି ଲଜ୍ଜା ! ଭଞ୍ଜନଗରରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଗଞ୍ଜାମ: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ସପ୍ତାହେ ନ ପୁରୁଣୁ ଭଞ୍ଜନଗରରେ ପୁଣି ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି ।  ଯୁକ୍ତି ତିନି ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଭଞ୍ଜନଗର ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ବୁଢାକେନ୍ଦୁ ଠାକୁରାଣୀ ମନ୍ଦିରକୁ ନିଜ ଭାବୀ ସ୍ୱାମୀଙ୍କ ସହ ବୁଲିବା ପାଇଁ ଯାଇଥିବାବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ମନ୍ଦିର ନିକଟ ଜଙ୍ଗଲରେ ୬ ଜଣ ଦୁର୍ବୃତ୍ତ ତାଙ୍କ ଭାବୀ ସ୍ୱାମୀଙ୍କୁ ନିସ୍ତୁକ ମାଡ ମାରି ମୋବାଇଲ ଲୁଟି ନେବା ପରେ ଯୁବତୀଙ୍କୁ ନିକଟ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଗାଙ୍ଗପୁର ଥାନାରେ ଏତଲା ରୁଜୁ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।   ମିଳିଥିବା ସୂଚନା ଅନୁସାରେ, ଏହି କଲେଜ ଛାତ୍ରୀ ତାଙ୍କ ଭାବୀ ସ୍ୱାମୀଙ୍କ ସହ ବୁଢାକେନ୍ଦୁ ମନ୍ଦିରକୁ ବୁଲିବାକୁ ଯାଇଥିଲେ । ଯୁବତୀ ଜଣକ କଲେଜ ପୋଷାକ ପିନ୍ଧିଥିବାରୁ ତାଙ୍କୁ କେତେକ ଯୁବକ ପିଛା କରିଥିଲେ । ମନ୍ଦିରରେ ପହଞ୍ଚିବା ପରେ ଉକ୍ତ ଯୁବକମାନେ ସେମାନଙ୍କଠୁ ଲୁଟପାଟ କରିବା ସହ ଯୁବତୀ ଜଣଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଏନେଇ ଥାନାରେ ଏତଲା ହେବା ପରେ ପୋଲିସ ୬ ଜଣଙ୍କୁ ଅଟକ ରଖିଛି ।