Home Uncategorized ପୁଣି ସ୍ୱାଇନ୍‌ ଫ୍ଲୁ ନେଲା ୨ ଜୀବନ, ମୃତ୍ୟୁ ସଂଖ୍ୟା ୨୬ ଛୁଇଁଲା

ପୁଣି ସ୍ୱାଇନ୍‌ ଫ୍ଲୁ ନେଲା ୨ ଜୀବନ, ମୃତ୍ୟୁ ସଂଖ୍ୟା ୨୬ ଛୁଇଁଲା

0

ଭୁବନେଶ୍ୱର : ରାଜ୍ୟରେ ସ୍ୱାଇନ୍ ଫ୍ଲୁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି ।  ପ୍ରତ୍ୟେକ ଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି  ସ୍ୱାଇନ୍‌ ଫ୍ଲୁ ନେଇଛି ଦୁଇଟି ଜୀବନ । ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ  ମୃତକଙ୍କ ସଂଖ୍ୟା ୨୬ରେ ପହଞ୍ଚିଲା । ଗତକାଲି  କଳିଙ୍ଗ ହସ୍ପିଟାଲରେ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୮୬ ବର୍ଷ ବୟସର ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି  କିମସ୍ ହସ୍ପିଟାଲରେ ଜଣେ ୫୫ ବର୍ଷୀୟ ମହିଳାଙ୍କର ସ୍ୱାଇନ୍‌ ଫ୍ଲୁରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତକାଲି ୨୯ଟି ସାମ୍ପୁଲ ପରୀକ୍ଷା ପାଇଁ ଯାଇଥିବାବେଳେ ସେଥିରୁ ୯ଟିରେ ପଜିଟିଭ୍ ବାହାରିଛି । ଏ ପର୍ଯ୍ୟନ୍ତ ୮୩୯ଟି ସାମ୍ପୁଲ ପରୀକ୍ଷା ହୋଇଥିବାବେଳେ ୨୯୦ଟି ସାମ୍ପୁଲ ପଜିଟିଭ୍ ବାହାରିଛି ।

LEAVE A REPLY

Please enter your comment!
Please enter your name here